Breaking PLUSଓଡ଼ିଶାମୁଖ୍ୟ ଖବର

ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣା, ଆଜି 12ଘଣ୍ଟିଆ ରାୟଗଡା ବନ୍ଦ

ଭୁବନେଶ୍ୱର, 5 ଜାନୁୟାରୀ – ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦିଅ । ଏଭଳି ଦାବି ନେଇ ଆଜି ରାୟଗଡା ଜିଲ୍ଲାରେ 12ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଚନ୍ଦ୍ରପୁରୁ ମା’ ଗୃହରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣାର 16 ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ତେଣୁ ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବି ନେଇ ଆଜି ରାୟଗଡା ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ରାୟଗଡା ଜିଲ୍ଲା ବିଜେପି ଏହି ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି । ବନ୍ଦ ପ୍ରଭାବରେ ଜିଲାରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସହିତ ଦୋକାନ ବଜାର ବନ୍ଦ ରହିଛି ।

Show More

Related Articles

Back to top button