Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଆଠ ଘଣ୍ଟା ନୂଆପଡ଼ା ଜିଲ୍ଲା ବନ୍ଦ

ଭୁବନେଶ୍ୱର, 5 ଜାନୁୟାରୀ – ଆଜି ଆଠ ଘଣ୍ଟା ନୂଆପଡ଼ା ଜିଲ୍ଲା ବନ୍ଦ । ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲା ବ୍ୟାପି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଦୋକାନ ବଜାର, ଚକ ଅଖ , ସରକାରୀ ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ ,ବିଦ୍ୟାଳୟ ଓ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରହିଛି । ସକାଳ ଛଅଟାରୁ ଦୁଇଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀ ମାରଣା ନୀତି, ଶୋଷଣ ଓ କଷଣ ବିରୋଧରେ ରାସ୍ତାକୁ ଓହ୍ଲାଇଛି ବିଜେପି । ଧାନ କିଣାରେ ବ୍ୟାପକ ଦୁର୍ନୀତି ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛି ବିଜେପି ।

Show More

Related Articles

Back to top button