ଓଡ଼ିଶାବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ରସ୍ୱାସ୍ଥ୍ୟ

୭୪ ବର୍ଷ ବୟସରେ ପ୍ରବୀଣ କୁମାରଙ୍କ ପରଲୋକ

ବି.ଆର ଚୋପ୍ରାଙ୍କ ଲୋକପ୍ରିୟ ଟିଭି ଧାରାବାହିକ 'ମହାଭାରତ'ରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ସୋବତୀଙ୍କ ଦେହାନ୍ତ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା

ନୂଆଦିଲ୍ଲୀ: ବି.ଆର ଚୋପ୍ରାଙ୍କ ଲୋକପ୍ରିୟ ଟିଭି ଧାରାବାହିକ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ସୋବତୀଙ୍କ ଦେହାନ୍ତ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କର ଅଭିନୟ ଦର୍ଶକଙ୍କୁ ଖୁସି କରାଇ ଦେଉଥିଲା । ସେ ଟିଭି ସିରିଏଲ୍ ବ୍ୟତୀତ ଅନେକ ବଲିଉଡ ଚଳଚ୍ଚିତ୍ରରେ  ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଦୀର୍ଘ ଦିନ ଧରି ଶରୀର ଅସୁସ୍ଥ ଥିବାରୁ ମୃତ୍ୟୁ ସହ ସଂଗ୍ରାମ କରୁଥୁଲେ ସେ । ପ୍ରବୀଣ କୁମାର କେବଳ ଅଭିନୟ ଜଗତରେ ନୁହେଁ କ୍ରୀଡା ଜଗତରେ ମଧ୍ୟ ସୁନୀମ ଅର୍ଜନ କରିଥିଲେ ।

ସୂଚନାଯୋଗ୍ୟ, ଅଭିନେତା ପ୍ରବୀଣ କୁମାର ପଞାବ ସରକାର ଗଠନ କରିବାକୁ ଯାଉଥିବା ସମସ୍ତ ଦଳଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସମୟରେ ଚର୍ଚ୍ଚାକୁ ଆସିଥିଲେ। ସେ ଏସୀୟ ଏବଂ କମନୱେଲଥ ଗେମ୍ସରେ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ଏଥିପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏସୀୟ କ୍ରୀଡ଼ାରେ ଭାଗ ନେଉଥିବା ଖେଳାଳିଙ୍କୁ ଭତ୍ତା ଦିଆଯାଇ ଥାଏ, କିନ୍ତୁ ତାଙ୍କୁ ବଂଚିତ କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ।  କ୍ରୀଡା ଜଗତରେ ନାମ ଅର୍ଜନ କରିବା ପରେ ସେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ ମଧ୍ୟ ଚାକିରୀ ପାଇଥିଲେ ।

 

Show More

Related Articles

Back to top button