Breaking PLUSଓଡ଼ିଶାବଲିଉଡସେଲିବ୍ରିଟିସ୍ୱତନ୍ତ୍ର

ମାର୍ଚ୍ଚ ୨୫ରେ ରିଲିଜ୍ ହେବାକୁ ଯାଉଛି ବହୁଚର୍ଚ୍ଚିତ ପିଲ୍ମ “ଆରଆରଆର”

ସମସ୍ଥ କଳ୍ପନା ଜଳ୍ପନାର ଅନ୍ତ ଘଟିଲା

ସମସ୍ଥ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ରିଲିଜ ହେଲା ଅପକମିଙ୍ଗ ସାଉଥ ଆକ୍ସନ ଫିଲ୍ମ “ଆରଆରଆର” ର ଆଉ ଏକ ଟ୍ରେଲର । ଟ୍ରେଲରଟି ରିଲିଜ ହେବାର କିଛି ସମୟ ମଧ୍ୟରେ ଖୁବ ଭଲପାଇବା ଓ ପ୍ରଶଂସା ସାଉଟିଛି । ଫିଲ୍ମରେ ସାଉଥ ସମେତ ବଲିଉଡ ସୁପରଷ୍ଟାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଲୋକପ୍ରିୟ ସାଉଥ ଅଭିନେତା ଜୁନିଅର ଏନଟିଆର ଓ ରାମଚରଣ ତେଜାଙ୍କ ସହ ବଲିିଉଡ ଅଭିନେତା ଅଜୟ ଦେବଗନ ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଟ୍ରେଲରରେ ଦମଦାର ଭୁମିକାରେ ନଜର ଆସିଛନ୍ତି ।

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହା ପ୍ରଥମ ଦକ୍ଷିଣ ଭାରତୀୟ ଫିଲ୍ମ । ଇରେଂଜ ସରକାର ବିରୁଦ୍ଧରେ ଲଢେଇ କରିଥିବା ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ଫିଲ୍ମ ଟି ପର୍ଯ୍ୟବେଷିତ । ୪ଶହ କୋଟି ବ୍ୟୟରେ ନିର୍ମିତ ହୋଇଛି । ଫିଲ୍ମ ଟି ତେଲୁଗୁ ସମେତ, ହିନ୍ଦୀ, ତାମିଲ, ମାଳାୟଳମ ଓ କନ୍ନଡ ଭାଷାରେ ମଧ୍ୟ ରିଲିଜ ହେବ । କୋଭିଡ କଟକଣା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ‘ଆରଆରଆର’ ମାର୍ଚ୍ଚ ୨୫ ରେ ରିଲିଜ ହେବାକୁ ଯାଉଛି ।

 

Show More

Related Articles

Back to top button