ଅପରାଧ

୧୦ ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା

ମାତ୍ର ୧୦ ଟଙ୍କା ପାଇଁ ଜଣଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ। ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଦ ଦୋକାନରେ ମଦ କିଣିବାକୁ ନେଇ ବଚସାରୁ ହତ୍ୟାକାଣ୍ଡ ହୋଇଛି। ତେବେ ଗତ ରବିବାର ସନ୍ଧ୍ୟାରେ ଖପ୍ରାଖୋଲ ବିଦେଶୀ ମଦ ଦୋକାନକୁ ବେଲପଡ଼ା ଥାନା ଖର୍ଖର ଗ୍ରାମର ଲଛମନ୍ ଦାସ ଓ ବୁଢାଭଟା ଗ୍ରାମର ଯୁଗୀନ୍ଦ୍ର ବରିହା ଓ ବିସ୍ୱନାଥ ନିଆର୍ ତିନିଜଣ ଯୁବକ କିଣିବାକୁ ଯାଇଥିଲେ। ମଦର ଦାମ ୧୮୦ ଟଙ୍କା ଥିବା ବେଳେ ଦୋକାନୀ ଜଣକ ୧୯୦ ଟଙ୍କା ଦେବାକୁ କହିଥିଲା। ଚଡ଼ା ଦରକୁ ନେଇ ଉଭୟଙ୍କ ବଚସା ପରେ ମାଡ଼ପିଟ ହୋଇଥିଲା। ପରେ ଉକ୍ତ ଯୁବକ ମାନେ ଏକ କାଠ ଫାଳରେ ଦୋକାନୀକୁ ଆକ୍ରମଣ କରିଥିଲେ। ଯାହା ଫଳରେ ଦୋକାନୀ ଜଣକ ଗୁରୁତର ଆହତ ହୋଇଥିଲେ। ଆକ୍ରମଣ ପରେ ଦୋକାନୀଙ୍କୁ ଉଦ୍ଧାର କରି ପାଟଣାଗଡ଼ ମେଡ଼ିକାଲକୁ ନିଆ ଯାଇଥିଲା ସେଠାରେ ଡ଼ାକ୍ତର ତାଙ୍କୁ ବଲାଙ୍ଗୀରରୁ ବୁର୍ଲାକୁ ପଠାଇଥିଲେ। ତେବେ ଆହତ ଯୁବକକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ବିହାର ରାଜ୍ୟର ଗୋପାଲ ପ୍ରାସାଦ ବୋଲି ଜଣାପଡିଛି। ତେବେ ଏନେଇ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି ତଦନ୍ତ କରୁଥିବା ଜଣାପଡ଼ିଛି।

Show More

Related Articles

Back to top button