ଓଡ଼ିଶା

ଚନ୍ଦ୍ରଭାଗା ତଟରେ ବଢୁଛି ଭିଡ

ମୁକ୍ତାକାଶ ରଙ୍ଗମଞ୍ଚରେ ୩୪ତମ କୋଣାର୍କ ଉତ୍ସବରେ ଭକ୍ତି ରସ ସହ ଭାବ ଓ ଆବେଗର ସମନ୍ୱୟ । ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ କୋଣାର୍କ ଉତ୍ସବରେ ଶାସ୍ତ୍ରୀୟ ଓଡ଼ିଶୀ ଓ ସତ୍ତ୍ରିୟା ନୃତ୍ୟ ପରିବେଷଣରେ ବିଭୋର ହୋଇଥିଲେ ଦର୍ଶକ । ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ରୋଜାଲିନ୍‌ ମହାପାତ୍ର ଓ ତାଙ୍କ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନେ ସରସ୍ୱତୀ ବନ୍ଦନାକୁ ଉପସ୍ଥାପନ କରିଥିଲେ। ଏହା ପରେ ଜନ ସମ୍ମୋହିନୀ ପଲ୍ଲବୀ ଓ ନୃତ୍ୟାଭିନୟ ଯୁଗେ ଯୁଗେ ଜଗନ୍ନାଥକୁ ପରିବେଷଣ କରିଥିଲେ ଦେବଦାସୀ ଅନୁଷ୍ଠାନର ଶିଳ୍ପୀବୃନ୍ଦ। ତେବେ ତୃତୀୟ ଦିନରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀମାନେ କ୍ରୀଡ଼ା ଓ ନାରୀ ଶସକ୍ତିକରଣ ବିଷୟବସ୍ତୁ ଉପରେ ସୁବର୍ଣ୍ଣବାଲିରେ ବାଲୁକାକଳା ପ୍ରସ୍ତୁତ କରିଥିଲେ। ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନକୁ ଦେଖିବା ପାଇଁ ଚନ୍ଦ୍ରଭାଗା ତଟରେ ପର୍ଯ୍ୟଟକମାନଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗା ବେଳାଭୂମିର ବାଲୁକା କଳା ପ୍ରଦର୍ଶନ କୋଣାର୍କର ପରିବେଶକୁ କଳା-ସଂସ୍କୃତି ମୁଖର କରିଦେଇଛି।

Show More

Related Articles

Back to top button