Breaking PLUSଓଡ଼ିଶା

ହାତୀ ଆକ୍ରମଣରେ ଦୁଇ ମୃତ

ଅନୁଗୁଳ ଉପକଣ୍ଠ ଶରଧାପୁର ଓ ଛେଳିଆପଡ଼ା ଠାରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଦୁଇ ଗାଁରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ରାତିରେ ହାତୀ ଆକ୍ରମଣ ଯୋଗୁଁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଶରଧାପୁର ଗାଁର ଗୁରୁ ନାଏକ ଏବଂ ଛେଳିଆପଡା ଗାଁର ଅଇଁଠୁ ସାହୁ। ଏହି ଘଟଣା ଯୋଗୁଁ ସରଧାପୁରରେ ବନ୍ତଳା- ଅନୁଗୁଳ ମୁଖ୍ୟ ରାସ୍ତା ଉପରେ ଗ୍ରାମବାସୀ ଆନ୍ଦୋଳନ ଚଳାଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ବୁଝାସୁଝା ପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ।

Show More

Related Articles

Back to top button