Breaking PLUSରାଜନୀତି

୫ଟି ରାଜ୍ୟରେ ବିଜେପି ଠାରୁ ଅଧିକ ଭୋଟ ପାଇଛି କଂଗ୍ରେସ

ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିବା ବେଳେ ବିଜେପି ୩ଟି ରାଜ୍ୟରେ ବହୁମତ ହାସଲ କରିଛି । ଅନ୍ୟପକ୍ଷରେ କଂଗ୍ରେସ ୧୧୯ଟି ଆସନ ମଧ୍ୟରୁ ୬୪ଟି ରେ ଜିତି ତେଲେଙ୍ଗାନାରେ ସରକାର ଗଠନ କରିଛି । ବିଜେପି ମଧ୍ୟପ୍ରଦେଶର ୨୩୦ଟି ଆସନରୁ ୧୬୩ଟିରେ, ରାଜସ୍ଥାନର ୧୯୯ଟି ଆସନରୁ ୧୧୫ଟିରେ ଓ ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ୫୪ଟିରେ ଜିତିଛି । ତେବେ ୩ଟି ରାଜ୍ୟରେ ବିଜୟ ହାସଲ କରିବା ପରେ ଏବେ ବିଜେପିର ଟେନସନ ବଢ଼ିଯାଇଛି । କେଉଁ ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହାକୁ ନେଇ ଏବେ କେନ୍ଦ୍ରୀୟ ନେତୃତ୍ୱ ଅଙ୍କ କଷୁଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବାରୁ କାହାକୁ ପ୍ରାର୍ଥୀ କଲେ ଦଳକୁ ଫାଇଦା ମିଳିବା ତା’ ଉପରେ ଦଳ ଏବେ ଫୋକସ୍ କରୁଛି । ଚଳିତ ନିର୍ବାଚନର ଫଳାଫଳ ଦଳକୁ ଯେତିକି ଖୁସି ସେତିକି ଚିନ୍ତା ବଢ଼ାଇ ଦେଇଛି । ଏହି ଫଳାଫଳ ମଧ୍ୟରେ ନିର୍ବାଚନ କମିଶନଙ୍କ ରିପୋର୍ଟ ସଭିଙ୍କୁ ଚକିତ କରିଦେଇଛି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିଠାରୁ କଂଗ୍ରେସ ୧୦.୫୫ ଲକ୍ଷ ଅଧିକ ଭୋଟ ପାଇଛି । ରାଜ୍ୟୱାରୀ ପରିସଂଖ୍ୟାନ ଅନୁଯାୟୀ, ମଧ୍ୟପ୍ରଦେଶରେ କଂଗ୍ରେସ ବିଜେପି ଠାରୁ ୮ ପ୍ରତିଶତ, ରାଜସ୍ଥାନରେ ୨ ପ୍ରତିଶତ ଓ ଛତିଶଗଡ଼ରେ ୪ ପ୍ରତିଶତ କମ୍ ଭୋଟ ପାଇଛି । ଏହି ୩ ରାଜ୍ୟରେ କଂଗ୍ରେସ ଅପେକ୍ଷା ବିଜେପି ପାଖାପାଖି ୫୦ ଲକ୍ଷ ଅଧିକ ଭୋଟ ପାଇଛି । ଅନ୍ୟପକ୍ଷରେ ତେଲେଙ୍ଗାନା ଓ ମିଜୋରାମରେ କଂଗ୍ରେସ ବିଜେପି ଅପେକ୍ଷା ଅଧିକ ଭୋଟ ପାଇଛି ।

Show More

Related Articles

Back to top button