Breaking PLUSଓଡ଼ିଶା

ସ୍କ୍ରବ ଟାଇଫସ ଅନୁଧ୍ୟାନ ପାଇଁ ପହଞ୍ଚିଲେ 6 ଜଣିଆ ଟିମ

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି।। ତାଙ୍କ ସହ ରାଜ୍ୟର ୨ ଜଣ ସଦସ୍ୟ ମଧ୍ୟ ରହିଛନ୍ତି। ଏହି ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହାପରେ ସିଡିଏମଓ ଡ. ଧରଣୀରଞ୍ଜନ ଶତପଥୀଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଛନ୍ତି। ତେବେ ଟିମରେ଼ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ନୂଆଦିଲ୍ଲୀ, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର (ମାଇକ୍ରୋବାୟୋଲୋଜି), ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ, ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ ଉପସ୍ଥିତ ରହିଛନ୍ତି। ସମୀକ୍ଷା ପରେ ଟିମ୍ ହସ୍ପିଟାଲ ଓ କ୍ଷେତ୍ର ପରିଦର୍ଶନରେ ଯିବାର ସୂଚନା ରହିଛି।

Show More

Related Articles

Back to top button