Breaking PLUSଅପରାଧଓଡ଼ିଶା

ପୂର୍ବତନ ମେୟରଙ୍କ କାର ଉପରେ ବୋମା ମାଡ

ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ସୂଚନା ଅନୁସାରେ ହଠାତ୍ ୨ ଜଣ ଦୁର୍ବୃତ୍ତ ଆସି ଗାଡିକୁ ବୋମାମାଡ଼ କରିଥିବାର ଜଣାପଡିଛି। ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ୨ ଜଣ ଦୁର୍ବୃତ୍ତ ଶିବଶଙ୍କରଙ୍କ କାର୍ ଉପରକୁ ବୋମାମାଡ଼ କରିଥିଲେ । ଗୋଷାଣି ନୂଆଗାଁ ଦେଇ ଯାଉଥିବା ସମୟରେ ତାଙ୍କ ଉପରକୁ ଅଚାନକ ବୋମାମାଡ଼ ହୋଇଥିଲା ତେବେ ଏହି ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବଶଙ୍କର। ଏହି ଘଟଣାରେ ପୂର୍ବତନ ମେୟରଙ୍କର କେବଳ ଗାଡି ଭାଙ୍ଗିଯାଇଛି । ତେବେ ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବତନ ମେୟର ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି ।

Show More

Related Articles

Back to top button