Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସେପ୍ଟମ୍ବର 13ରେ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା ହେବାକୁ ଯାଉଛି।

ରାଜ୍ୟରେ ଗତ କିଛିଦିନ ହେବ ଆଗୁଆ ନିର୍ବାଚନ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନ ।ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ଅଧିକାରୀମାନେ ସେପ୍ଟେମ୍ବର ୧୩ ରେ ରାଜ୍ୟ ଗସ୍ତରେ ଆସିବେ ଏବଂ ସମସ୍ତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ।

ଏହା ସହିତ ସେ କହିଛନ୍ତି ଯେ, ଓଡିଶା ପ୍ରାଥମିକ ନିର୍ବାଚନର ପ୍ରସ୍ତୁତି ସମିକ୍ଷା କରିବେ ଅଧିକାରୀ । ବର୍ତ୍ତମାନ ସୁଦ୍ଧା “ନଅଟି ଜିଲ୍ଲା ପାଇଁ ଆବଶ୍ୟକ ଇଭିଏମ୍ ଏବଂ ଭିଭିପିଏଟ୍ ଆସି ସାରିଛନ୍ତି । ସମସ୍ତ ଇଭିଏମ୍ ଏବଂ ଭିଭିପିଏଟ୍ ଅକ୍ଟୋବରରେ ଯାଞ୍ଚ କରାଯିବ । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ଯାଞ୍ଚ ହେବ। ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଉଛି। ତେବେ ନିର୍ବାଚନ ନେଇ ଏହା ଏକ ସାଧାରଣ ପ୍ରକ୍ରିୟା, ଆଗୁଆ ନିର୍ବାଚନ ସହ ଏହାର କିଛି ସମ୍ପର୍କ ନାହିଁ ବୋଲି ନିକୁଞ୍ଜ ଧଳ କହିଛନ୍ତି ।

Show More

Related Articles

Back to top button