Breaking PLUSଓଡ଼ିଶାମୁଖ୍ୟ ଖବର

ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

କାଲି ସନ୍ଧ୍ୟାରୁ ନୀତିକାନ୍ତି ବନ୍ଦ ରହିଛି

() କାଲିଠୁ ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । କାଲି ସନ୍ଧ୍ୟାରୁ ଲିଙ୍ଗରାଜମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି। ସୋମବାର ସନ୍ଧ୍ୟା ଧୂପ ପରଠାରୁ ନୀତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଉପାସରେ ଅଛନ୍ତି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣା ଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ବର୍ଷକୁ ଅନେକ ଥର ଏମିତି ସମସ୍ୟା ବାରମ୍ବାର ଉପୁଜୁଥିବା ବେଳେ ପ୍ରଶାସନ ନିରବ ରହି ଆସିଛି । ପ୍ରଶାସନର ଅବହେଳା ପାଇଁ ଏହି ସମସ୍ୟା ଉପୁଜୁଥିବା ଥିବା ବେଳେ 2020 ମସିହାରୁ ଲାଗିରହିଛି ଏହି ବିବାଦ । ଅନ୍ୟପଟେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଉପାସରେ ରହିବା କାରଣରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

Show More

Related Articles

Back to top button