Breaking PLUSଅପରାଧଦେଶ ବିଦେଶ

ସମୁଦିଙ୍କୁ ଛୁରି ଭୁସି ହତ୍ୟା କଲେ ସମୁଦି

ବିବାହରେ ଝିଅଜ୍ବାଇଁଙ୍କୁ  ଦିଆଯାଇଥିବା ଉପହାର ଘଟଣାକୁ କେନ୍ଦ୍ର କରି ପାରିବାରିକ ବିବାଦ ଚାଲିଥିବା ବେଳେ ଇଂଲଣ୍ଡ୍‌ରେ ଜଣେ ବ୍ୟକ୍ତି ତାଙ୍କ ଝିଅର ଶଶୁରଙ୍କୁ (ସମୁଦି) ଛୁରି ଭୁସି ହତ୍ୟା କରିଥିବା କଥା ଏକ ଘରୋଇ ରିପୋର୍ଟରୁ ଜଣା ପଡିଛି। ଉକ୍ତ ରିପୋର୍ଟ ଅନୁସାରେ, ବର୍ମିଂହାମ୍‌ ଅନ୍ତର୍ଗତ କାଷ୍ଟ୍‌ ୱେଲ୍‌ରେ ଥିବା ଝିଅଘରେ ୪୩ ବର୍ଷିୟ ଅହମଦ୍‌ ଆଲସିନୋ ୫୫ ବର୍ଷିୟ ଦନ୍ତ ଚିକିତ୍ସକ ମହମ୍ମଦ୍‌ ସାଲେମ୍‌ ଇବ୍ରାହିମ୍‌ଙ୍କୁ ପରିବାକଟା ଛୁରିରେ ୪ ଥର ଭୁସି ପକାଇଥିଲେ। କେବଳ ସେତିକି ନୁହେଁ, ବିବାହ ଉପହାର ଭାବେ ଝିଅ ଜ୍ବାଇଁଙ୍କୁ ଦେଇଥିବା ଅଳଙ୍କାର କଥାକୁ ନେଇ ଯୁକ୍ତିତର୍କ ହେବାରୁ ଆଲସିନୋ ଛୁରି ମାରି ଜ୍ବାଇଁ ହାତକୁ ବି କ୍ଷତାକ୍ତ କରିପକାଇଛନ୍ତି। ଏହା ପରେ ବର୍ମିଂହାମ୍‌ କ୍ରାଉନ୍‌ କୋର୍ଟରେ ବିଚାର ହେବା ପରେ ଆଲ୍‌ସିନୋଙ୍କୁ ଇବ୍ରହିମ୍‌ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏମିତିକି ‘ଏକ୍ସ’ରେ ବର୍ମିଂହାମ୍‌ ପୁଲିସ ମଧ୍ୟ ଉକ୍ତ ଘଟଣାର ଭିଡିଓ ପୋଷ୍ଟ୍‌ କରିଛି। ସେଥିରେ ଦିଶୁଛି, ହାତରେ ଛୁରି ଧରିଥିବା ଆଲ୍‌ସିନୋ ଇବ୍ରାହିମଙ୍କ ଦାଣ୍ଡ କବାଟରେ ଗୋଇଠା ମାରୁଛନ୍ତି। ଇବ୍ରାହିମ୍‌ଙ୍କୁ ୪ ଥର ଛୁରି ଭୁସି ସେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପୁଲିସ ରିପୋର୍ଟ ଅନୁସାରେ, ଘଟଣାଟି ଗତ ମାର୍ଚ୍ଚ ମାସ ୧୩ ତାରିଖ ଅପରାହ୍ଣ ୧ଟା ବେଳେ ଘଟିଥିଲା।

Show More

Related Articles

Back to top button