Breaking PLUSଓଡ଼ିଶା

ବୁଣାକାର ଓ ହସ୍ତ ଶିଳ୍ପୀଙ୍କ ବୃଦ୍ଧି ହେଲା ପୁରସ୍କାର ରାଶି

ସମାଜର ବିଭନ୍ନ ବର୍ଗର ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହାରି ମଧ୍ୟରେ ବୁଣାକାରଙ୍କ ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଶିଳ୍ପୀ ଓ କାରିଗରମାନଙ୍କ ପରି ବୁଣାକାରମାନେ ଏଣିକି ବାର୍ଷିକ ପୁରସ୍କାର ପାଇବେ । ଏନେଇ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ହସ୍ତତନ୍ତ କ୍ଷେସ୍ତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଏଣିକି ପ୍ରତିବର୍ଷ ଉଭୟ ପୁରୁଷ ଓ ମହିଳା ବୁଣାକାରଙ୍କୁ ସମ୍ମାନ ପ୍ରଦାନ କରାଯିବ । ସେମାନଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସମେତ ଅଙ୍ଗବସ୍ତ୍ର, ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯିବ । ୩ଟି ବର୍ଗରେ ୬ ଜଣଙ୍କୁ ରାଜ୍ୟ ପୁରସ୍କାର ମିଳିବ । ୨ ଜଣ ବୁଣାକାର, ୩ ଜଣ ଟାଇ-ଡାଇ ମେକର ଓ ଜଣେ ଡିଜାଇନରଙ୍କୁ ଏହି ପୁରସ୍କାର ମିଳିବ । ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହ ପ୍ରମାଣପତ୍ର ମିଳିବ । କେବଳ ଏତିକି ନୁହେଁ ଏଥିସହିତ ୪ ଜଣଙ୍କୁ ୨୫ ହଜାର ଅର୍ଥରାଶି ସହ ତନ୍ତ୍ରକୃତି ପୁରସ୍କାର ପ୍ରଦାନ କରାଯିବ । ଉଭୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗରେ କେଉଁ ବର୍ଗରେ କେତେ ପୁରସ୍କାର ମିଳିବ ତାହା ଘୋଷଣା ହୋଇଛି । ହସ୍ତଶିଳ୍ପ କ୍ଷେତ୍ରରେ ପ୍ରତିବର୍ଷ ଜଣେ ଶିଳ୍ପୀ ତଥା କାରିଗରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବା ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି, ଅଙ୍ଗବସ୍ତ୍ର, ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯିବ । ୬ ଜଣଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯିବା ସହ ୧ ଲକ୍ଷ ଟଙ୍କା, ପ୍ରମାଣପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯିବ । କଳାକୃତି ଆୱାର୍ଡରେ ୪ ଜଣଙ୍କୁ ୨୫ ହଜାର ଅର୍ଥରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯିବ । ପୂର୍ବରୁ କଳାକୃତି ଆୱାର୍ଡରେ ୧୦ ହଜାର ମିଳୁଥିବା ବେଳେ ଏବେ ତାହାକୁ ୨୫ ହଜାରକୁ ବୃଦ୍ଧି କରାଯାଇଛି । ଏହି ଘୋଷଣା ପରେ ଓଡ଼ିଶା ବୁଣାକାର ମହାସଂଘର ସଦସ୍ୟମାନେ ଖୁସି ଜାହିର କରିବା ସହିତ ସ୍ୱାଗତ କରିଛନ୍ତି ।

Show More

Related Articles

Back to top button