ଜୀବନଚର୍ଯ୍ୟା

ସମସ୍ତଙ୍କ ପାଇଁ ଶୁଭ ହୋଇ ନଥାଏ ତୁଳସୀ

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ଘରେ ତୁଳସୀ ଗଛ ରହିଥାଏ। ଘରୁ ବାହାରିକି ଆସିଲା ବେଳେ ଓ ଘରୁ ଭିତରକୁ ଯିବା ବେଳେ ଲୋକେ ତୁଳସୀ ଗଛକୁ ଦର୍ଯନ କରି ଯାଇଥାନ୍ତି। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି। ହେଲେ ସମସ୍ତଙ୍କ ପାଇଁ ତୁଳସୀ ଶୁଭ ନୁହେଁ। ହେଲେ ଏହି ବୃକ୍ଷକୁ ଲଗାଇବା ଏବଂ ପୂଜା କରିବାକୁ ନେଇ ଅନେକ ନିୟମ ରହିଛି। ତେବେ ଚାଲନ୍ତୁ ଜାଣିବା ଏହି ନିୟମ ଗୁଡିକୁ

-କେବେ ବି ଦକ୍ଷିଣ ଦିଗରେ ତୁଳସୀକୁ ରଖନ୍ତୁ ନାହିଁ। କାରଣ ଏହା ଅଶୁଭ ଫଳ ଦେଇଥାଏ। ତୁଳସୀକୁ ସର୍ବଦା ଉତ୍ତର ଦିଗରେ ଲଗାନ୍ତୁ, ଏହା ବୁଧଙ୍କ ଦିଗ ବୋଲି ମାନ୍ୟତା ରହିଛି।

-ତୁଳସୀକୁ ଭୂମିରେ ଲଗାଇବା ଉଚିତ ନୁହେଁ। ଏହାକୁ ସର୍ବଦା କୁଣ୍ଡରେ ଲଗାଇବା ଉଚିତ। ଭୂମିରେ ଲଗାଇବା ଦ୍ୱାରା ତୁଳସୀ ଅଶୁଭ ଫଳ ଦେଇଥାଏ। ଏହାର ପ୍ରଭାବ ଘରେ ଥିବା ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ।

-ରବିବାର ତୁଳସୀର ପୂଜାର୍ଚ୍ଚନା କରିବା ଉଚିତ ନୁହେଁ। ଏପରିକି ଏହି ଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ। ବାକି ଦିନରେ ତୁଳସୀପତ୍ରକୁ ସୂର୍ଯ୍ୟାସ୍ତ ପରେ ଛିଣ୍ଡାଇବା ଅନୁଚିତ।

-ତୁଳସୀକୁ ସର୍ବଦା ଘରର ଅଗଣା, ମଧ୍ୟସ୍ଥଳ, ପୂର୍ବ ନଚେତ ଉତ୍ତର ଦିଗରେ ରଖିବା ଆବଶ୍ୟକ।

Show More

Related Articles

Back to top button