ଶାଶୁଘରେ ପାଦ ରଖିଲେ ପରିଣୀତି

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ୍ଡା। ବେଶ୍ ଧୁମଧାମରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପରେ ପ୍ରଥମ ଥର ରାଘବଙ୍କ ଦିଲ୍ଲୀ ସ୍ଥିତି ବାସଭବନରେ ପହଞ୍ଚିଥିଲେ ରାଘବ ଓ ପରିଣୀତି। ଗତ ମାସ ୨୪ ତାରିଖରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଡ୍ଡାଙ୍କ ବିବାହ ରାଜସ୍ଥାନ ଉଦୟପୁରର ଲୀଲା ପ୍ୟାଲେସରେ ହୋଇଥିଲା। ଏହି ବିବାହରେ ବଲିଉଡ ଜଗତର ଅନେକ ଷ୍ଟାର ଏବଂ ରାଜନୀତି ଦୁନିଆର ବଡ଼ ବଡ଼ ରାଜନେତା ଏଥିରେ ସାମିଲ ହୋଇଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆପ ସାଂସଦ ସଞ୍ଜୟ ସିଂହ ବି ଯୋଗ ଦେଇଥିଲେ। ବିବାହର କିଛିଦିନ ପରେ ଗୃହ ପ୍ରବେଶ କରିଛନ୍ତି ଦମ୍ପତ୍ତି। ଏହି ନବ ଦମ୍ପତ୍ତିଙ୍କୁ ଗ୍ରାଣ୍ତ ଓ୍ବେଲକମ୍ କରିବା ପାଇଁ ରାଘବଙ୍କ ପରିବାର ଲୋକେ ଘରକୁ ସୁନ୍ଦର ଆଲୋକ ମାଳା ଓ ଫୁଲରେ ସଜେଇ ଥିଲେ। ଆତାସବାଜି ରେ ଫାଟି ପଡି଼ଥିଲା ପୁରା ଅଂଚଳ। ପରୀଣୀତି ମଧ୍ୟ ଶାଶୁଘରେ ଏହି ସବୁ ଆୟୋଜନ ଦେଖି ଖୁସିରେ ନାଚି ଉଠିଥିଲେ। ଗୃହ ପ୍ରବେଶ ପୂର୍ବରୁ ପରିଣୀତି ଓ ରାଘବଙ୍କୁ ବନ୍ଦେଇ ଘର ଘରକୁ ନେଇଥିଲେ ପୂରା ପରିବାର। ଏବଂ ଗୃହ ପ୍ରବେଶ ପୂର୍ବରୁ ଏକ ଅଳତା ଥାଳିରେ ପାଦ ରଖି ଘରକୁ ପ୍ରବେଶ କରିଥିଲେ ପରୀ। ଏବଂ ଘରେ ପହଞ୍ଚିବା ପରେ ଆରମ୍ଭ ହୋଇ ଯାଇଥିଲା ବିବାହ ପରର ରଶମ। ଏହି ରଶମ ଗୁଡିକରେ ଦେଖିବାକୁ ମିଳି ଥିଲା ଯେ, ଉଭୟ କ୍ଷୀରର ଏକ କୁଣ୍ତ ମଧ୍ୟରୁ ମୁଦି ଖୋଜା, ଏବଂ ଆଉ କେତେ କଣ ରଶମ । ତେବେ, ଏସବୁ ଦେଖି ପରିଣୀତି ବେଶ ଖୁସି ହୋଇ ଯାଇଥିଲେ।