Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସିକ୍କିମ ଜଳପ୍ରଳୟ, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ

ଆଜି ସକାଳେ ଉତ୍ତର ସିକ୍କିମ ଗସ୍ତ କରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ । ଉତ୍ତର ସିକ୍କିମର ମଙ୍ଗନ ନିର୍ବାଚନ ମଣ୍ଡଳୀର ଟୁଙ୍ଗ, ନାଗା ଓ ରିଲ ଗାଓଁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଲୋନାକ ହ୍ରଦରେ ବାଦଲ ଫାଟି ବର୍ଷା ହେବା କାରଣରୁ ତୀସ୍ତା ନଦୀରେ ହଠାତ୍ ବନ୍ୟା ଆସି ଏହିସବୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।
ଏଠାରେ ବନ୍ୟା ଯୋଗୁ ଲୋକଙ୍କ ଘରଦ୍ୱାର, ଚାଷଜମି ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏହି ଗାଁଗୁଡିକର ସ୍ଥିତି ଭୟାବହ ରହିଛି । ଅଧିକାଂଶ ଲୋକଙ୍କ ବିସ୍ଥାପିତ କରାଯାଇଛି । ଏଠାରେ ପୁନଃ ଗ୍ରାମ ସ୍ଥାପନା କରିବାର ସ୍ଥିତି ନଥିବା ସୂଚନା ମିଳିଛି । ଗ୍ରାମବାସୀମାନେ ଅସ୍ଥାୟୀ ଶିବିରରେ ଏବେ ରହିଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ତମାଙ୍ଗ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏହି ଟ୍ରାଜେଡିର ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଳ ପ୍ରଳୟ ଯୋଗୁ ସିକ୍କିମରେ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ।

Show More

Related Articles

Back to top button