Breaking PLUSଦେଶ ବିଦେଶମୁଖ୍ୟ ଖବର

କାନାଡାରେ ବିମାନ ଦୁର୍ଘଟଣା, 3 ମୃତ

କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 3ଜଣଙ୍କର ମୃତ୍ୟୁ ହୋଇଛି । ଚିଲିବୈକ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଗଣମାଧ୍ୟମ ସୂଚନା ମୁତାବକ, ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ (ପାଇପର ପିଏ-34) ସ୍ଥାନୀୟ ବିମାନବନ୍ଦର ନିକଟରେ ବୁଦା ଭିତରକୁ ଖସିପଡିଥିଲା। ଚିଲିବୈକ ସହର ବୈଙ୍କୁଭର ଠାରୁ ପ୍ରାୟ ଶହେ କିଲୋମିଟର ପୂର୍ବରେ ଅବସ୍ଥିତ । ଦୁର୍ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣେ ପାଇଲଟ ସମେତ ବିମାନରେ ଥିବା ସମସ୍ତ 3ଜଣଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button