ଦେଶ ବିଦେଶସ୍ୱତନ୍ତ୍ର

ଲାଇକ-ରିପୋଷ୍ଟ କଲେ ଦେବାକୁ ପଡ଼ିବ ଟଙ୍କା ଟ୍ୱିଟରର ନୂଆ ନିୟମ

ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଅଧିଗ୍ରହଣ କରିଛନ୍ତି। ସର୍ବପ୍ରଥମେ, ଏହି ପ୍ଲାଟଫର୍ମର ନାମ ଟୁଇଟରରୁ ଏକ୍ସ କୁ ପରିବର୍ତ୍ତନ କରାଯାଇଥିଲା ଏବଂ ବର୍ତ୍ତମାନ ଏକ ନୂତନ ସବସ୍କ୍ରିପଶନ ମଡେଲ କରାଯିବା ନେଇ ଯୋଜନା କରାଯାଇଛି। ଏହା ଅନ୍ତର୍ଗତ ଏକ୍ସ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ମୌଳିକ ସୁବିଧା ପାଇଁ ବାର୍ଷିକ ଏକ ଡଲାରର ଦେୟ ଲାଗୁ ହେବ । ତେବେ ଏହି ନୂତନ ସବସ୍କ୍ରିପଶନ ମଡେଲର ନାମ ‘ନୋ ଓ ବଟ’ ରଖାଯାଇଛି। ଯେଉଁଥିରେ ଅନ୍ୟ ଆକାଉଣ୍ଟର ପୋଷ୍ଟଗୁଡିକୁ ଲାଇକ ଓ ରିପୋଷ୍ଟ କଲେ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡିବ। ଏହି ନୂତନ ସଦସ୍ୟତା ମଡେଲକୁ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଓ୍ବାଟସ ଏବଂ ସ୍ପାମର୍‌ ସହିତ ମୁକାବିଲା କରିବା। ଓ୍ବାଟସ ଏଲନ ମସ୍କଙ୍କ ପାଇଁ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିଛି। ପ୍ରତ୍ୟେକ ଦେଶର ବିନିମୟ ମୂଲ୍ୟ ଉପରେ ଆଧାର କରି ସବସ୍କ୍ରିପଶନ ଦେୟ ସ୍ଥିର କରାଯିବ। ଥରେ ନୂତନ ସବସ୍କ୍ରିପଶନ ମଡେଲ ଲାଗୁ ହେବା ପରେ ଭାରତର ଉପଭୋକ୍ତାମାନଙ୍କୁ ସବସ୍କ୍ରିପଶନ ଫି ଭାବରେ ୮୩.୨୩ ଟଙ୍କା ଦେବାକୁ ପଡିବ। ଏହା ବ୍ୟତୀତ ଚାଇନାର ଉପଭୋକ୍ତାଙ୍କୁ ୭.୩୦ ୟୁଆନ, ଜାପାନକୁ ୧୪୯.୬୮ ୟେନ ଏବଂ ରୁଷିଆକୁ ସବସ୍କ୍ରିପଶନ ଫି ହିସାବରେ ୯୭.୫୨ ରୁବଲ ଦେବାକୁ ପଡିବ । ଏହି ନୂତନ ମଡେଲ ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ। ଏହି ପରୀକ୍ଷଣରେ, ବିଦ୍ୟମାନ ଉପଭୋକ୍ତାମାନେ ପ୍ରଭାବିତ ହେବେ ନାହିଁ, କିନ୍ତୁ ନୂତନ ଉପଭୋକ୍ତା ଯେଉଁମାନେ ସବସ୍କ୍ରାଇବ କରିବାକୁ ଚାହୁଁନାହାଁନ୍ତି ସେମାନେ କେବଳ ପୋଷ୍ଟ କିମ୍ବା ଭିଡିଓ ଦେଖିପାରିବେ ଏବଂ ଆକାଉଣ୍ଟ ଫଲୋ କରିପାରିବେ।

Show More

Related Articles

Back to top button