ମନୋରଞ୍ଜନ

ହଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଆଲିଆ ଭଟ୍ଟ

ବଲିଉଡ୍‌ର ସବୁଠୁ ଟ୍ୟାଲେଣ୍ଟେଡ୍‌ ଓ ଚୁଲବୁଲି ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ହେଉଛନ୍ତି ଅନ୍ୟତମ। ବର୍ତ୍ତମାନ ସେ ଗୋଟିଏରୁ ଗୋଟିଏ ହିଟ୍‌ ଫିଲ୍ମ କରି ଆସିଛନ୍ତି । ଯେଉଁଥି ପାଇଁ ସେ ଖୁବ୍ ଆୱାର୍ଡ ମଧ୍ୟ ପାଇଛନ୍ତି ।

ଯେମିତିକି ସେ ଫିଲ୍ମ ‘ରାଜି’, ‘ଡିଅର ଜିନ୍ଦେଗୀ’, ‘କପୁର ଆଣ୍ଡ୍‌ ସନ୍‌ସ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଏବେ ରଣବୀର କପୁରଙ୍କ ସହ ବିବାହକୁ ନେଇ ବି ସେ ଚର୍ଚ୍ଚାରେ ଅଛନ୍ତି। ହେଲେ ବର୍ତ୍ତମାନ ଆଲିଆଙ୍କୁ ନେଇ ଆଉ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନଙ୍କ ପରେ ଏବେ ଆଲିଆ ଭଟ୍ଟ ହଲିଉଡ୍‌ରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆଲିଆଙ୍କୁ ହଲିଉଡ୍‌ର ଟ୍ୟାଲେଣ୍ଟ ଏଜେନ୍ସି ଡବ୍ଲ୍ୟୁଡବ୍ଲ୍ୟୁଉଇ(WWE) ତଥା ଓ୍ବିଲିୟମ ମୋରିସ୍‌ ଆଣ୍ଡେଭର ଏଣ୍ଟରଟେନ୍‌ମେଣ୍ଟରେ ସାଇନ୍‌ କରିଛନ୍ତି।

ଏହା ଏକ ଆମେରିକୀୟ ଏଜେନ୍ସି ଯାହାକି କାଲିଫର୍ନିଆରେ ରହିଛି। କୁହାଯାଉଛି, ୨୦୨୨ରେ ଆଲିଆ ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ। ନୂଆ ପ୍ରୋଜେକ୍ଟକୁ ନେଇ ଆଲିଆ ଖୁବ୍‌ ଉତ୍ସାହିତ ଅଛନ୍ତି। ହଲିଉଡ୍‌ ଅଭିନେତ୍ରୀ ଜୋନିଫର ଲରେନ୍ସଙ୍କ ବହୁତ ବଡ଼ ପ୍ରଶଂସକ ହେଉଛନ୍ତି ଆଲିଆ। ତେଣୁ ସେ ତାଙ୍କ ପରି ଫିଲ୍ମ କରିବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ଆଲିଆ ବଲିଉଡ୍‌ରେ ଖୁବ୍‌ଶୀଘ୍ର ସଞ୍ଜୟ ଲୀଲା ଭଁସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ରେ ନଜର ଆସିବେ। ଏଥିସହିତ ରଣବୀର ସିଂହଙ୍କ ସହ ‘ରକି ଏବଂ ରାନୀ କି କହାନୀ’ରେ ସେ କାମ କରୁଛନ୍ତି।

Show More

Related Articles

Back to top button