Breaking PLUSଦେଶମୁଖ୍ୟ ଖବର

ରେଳ ଯାତ୍ରା କରୁଛନ୍ତି ତେବେ ଜାଣି ରଖନ୍ତୁ କେଉଁ ନିୟମ ସବୁ ମାନିବାକୁ ପଡ଼ିବ

ପ୍ରତିଦିନ ଅନେକ ଭାରତୀୟ ନିଜ ର ଗନ୍ତବ୍ୟ ସ୍ଥଳ କୁ ଯିବା ପାଇଁ ରେଳ ସେବାର ସୁଯୋଗ ନେଇଥାନ୍ତି । ସେଇଥିପାଇଁ କିଛି ନିୟମ ମଧ୍ୟ ମାନିବାକୁ ପଡ଼ିଥାଏ ଯାହାଦ୍ଵାରା କି ଆପଣଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯଦି ଆପଣ ପ୍ରାୟତ ଟ୍ରେନ ରେ ଯାତ୍ରା କରୁଛନ୍ତି ତେବେ ଏହି ବିଷୟରେ ଅବଗତ ହେବା ଜରୁରୀ ।


1.ରେଳବାଇ ର ନିୟମାନୁଯାୟୀ ଯଦି ଆପଣ ଙ୍କ ର ଟିକେଟ କିଣିବାକୁ ସମୟ ନାହିଁ ତେବେ ଆପଣ କେବଳ ପ୍ଲାଟଫର୍ମ ଟିକେଟ ନେଇ ଟ୍ରେନ ରେ ଯାଇପାରିବେ ଏବଂ ତୁରନ୍ତ ଗନ୍ତବ୍ୟ ସ୍ଥଳରେ ପହଁଚିବା ପାଇଁ TTE ସହିତ ଯୋଗାଯୋଗ କରିପାରିବେ ।
2.ଭାରତୀୟ ରେଳବାଇ ର ଅଫିସିଆଲ୍ ୱେବସାଇଟ ରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଆପଣ ଏସି ପ୍ରଥମ ଶ୍ରେଣୀ ରେ 70କିଲୋ ଗ୍ରାମ ପର୍ଯ୍ୟନ୍ତ ଲଗେଜ ସହିତ ଯାତ୍ରା କରିପାରିବେ ।ଏଥି ସହିତ ଯାତ୍ରୀମାନେ ଏସି 2 ସ୍ତର ରେ 50 କିଲୋ ଗ୍ରାମ, ଏସି 3 ସ୍ତରରେ 40 କିଲୋ ଗ୍ରାମ ଏବଂ ଦ୍ୱିତୀୟ ଶ୍ରେଣୀ ରେ 35 କିଲୋ ଗ୍ରାମ ପର୍ଯ୍ୟନ୍ତ ଲାଗେଜ୍ ସହିତ ଯାତ୍ରା କରିପାରିବେ।
3.ଆହୁରି ମଧ୍ୟ ରେଳ ନିୟମ ଅନୁଯାୟୀ TTE ରାତି 10 ଟାରୁ ସକାଳ 6ଟା ପର୍ଯ୍ୟନ୍ତ କୌଣସି ଯାତ୍ରୀ ଙ୍କ ଟିକେଟ ଯାଞ୍ଚ କରିପାରିବେ ନାହିଁ । ଯାତ୍ରୀମାନଙ୍କ ଆରମ ଦାୟକ ଯାତ୍ରା ପାଇଁ ରେଳବାଇ ଦ୍ୱାରା ଏହି ନିୟମ କରାଯାଇଛି । ଯାହା ଦ୍ଵାରା ଏହା ଲୋକ ଙ୍କ ରାତିର ନିଦ କୁ ନଷ୍ଟ କରିପାରିବ ନାହିଁ ।
4. ରାତିରେ ଜୋରରେ କଥା ହେବା ଏବଂ ଗୀତ ଶୁଣିବା ମଧ୍ୟ ନିଷେଧ । ଏହାକୁ ଅବମାନନା କଲେ ଆପଣଙ୍କୁ ଜୋରିମାନା ହୋଇପାରେ ।

Show More

Related Articles

Back to top button