Breaking PLUSଅପରାଧଓଡ଼ିଶା

ମହିଳାଙ୍କୁ ମାରିଲା ସମ୍ପର୍କୀୟ ଭାଇ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟରେ ଥିବା ରାମକ୍ରୀଷ୍ଣା ମିଶନ ନିକଟରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତା ଜଣକ ହେଲେ ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ। ସେ ରାମକ୍ରୀଷ୍ଣା ମିଶନରେ ବଗିଚାକାମ କରି ଚଳନ୍ତି। ସେ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରାୟ ସମୟରେ ରହିଯାଆନ୍ତି। ସେହି ସମ୍ପର୍କୀୟଙ୍କ ଘରେ ହି ତାଙ୍କୁ ହତ୍ୟା କରାଯାଇଛି। ଘଟଣାସ୍ଥଳରେ ପୁଲିସର ଛାନଭିନ୍ ଜାରି ରହିଛି।   ସେହି ସମ୍ପର୍କୀୟ ଭାଇ ହିଁ ନନ୍ଦିନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ମୁନିଗୁଡ଼ା ପୁଲିସ ପହଞ୍ଚି ତଦନ୍ତ କରୁଛି। କିଛି ସମୟପରେ ସାଇଣ୍ଟିଫିକ୍ ଟିମ ଆସିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି।

Show More

Related Articles

Back to top button