Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦିଲ୍ଲୀ-ଏନସିଆରରେ ବିପଦଜନକ ସ୍ଥିତିରେ ପ୍ରଦୂଷଣ ସ୍ତର, ଏକ୍ୟୁଆଇ 426 ରେକର୍ଡ

ନୂଆଦିଲ୍ଲୀ- ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ପ୍ରଦୂଷଣ ସ୍ତର ଗମ୍ଭୀର ଶ୍ରେଣୀରେ ରେକର୍ଡ ହୋଇଛି । ଗତ କିଛି ଦିନ ହେବ ଦେଶର ରାଜଧାନୀରେ ପ୍ରଦୂଷଣ ସ୍ଥିତି ଉଦବେଗଜନକ ରହିଛି । ବିଷାକ୍ତ ବଳୟ ଭିତରେ ଜୁଝି ହେଉଛନ୍ତି ରାଜ୍ୟବାସୀ । ନଡା ଜାଳିବା ଓ ଯାନବାହାନରୁ ବାହାରୁଥିବା ଧୂଆଁ ଯୋଗୁ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ ଦିଲ୍ଲୀରେ ଆଜି ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ 426 ରେକର୍ଡ ହୋଇଛି । ବୁଧବାର ମଧ୍ୟ ବାୟୁ ଗୁଣବତ୍ତା ସୂଚକାଙ୍କ 426 ଓ ମଙ୍ଗଳବାର 395 ରେକର୍ଡ ହୋଇଥିଲା ।

Show More

Related Articles

Back to top button