Breaking PLUSଦେଶ

ଭର୍ଟିକାଲ ଡ୍ରିଲିଂର ୪୦ ପ୍ରତିଶତ କାମ ଶେଷ

ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡଙ୍ଗରେ ଗତ ୧୭ ଦିନ ହେଲା ଫଶିରହିଛନ୍ତି ଶ୍ରମିକ ।  ୪୧ ଶ୍ରମିକଙ୍କୁ ଏହି ସୁଡଙ୍ଗରୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି ଏହାସହ ପୂରା ଦେଶ ଏମାନଙ୍କ ସୁରକ୍ଷିତ ଉଦ୍ଧାର ନେଇ ପ୍ରାର୍ଥନା ମଧ୍ୟ କରୁଛି। ଅଗର ମେସିନ ଖରାପ ହେବା ପରେ ଶ୍ରମିକଙ୍କୁ ବାହାର କରିବାକୁ ଭର୍ଟିକାଲ ଡ୍ରିଲିଂ କାମ ସହ ରାଟ୍ ମାଇନିଂ କାମ ମଧ୍ୟ ଚାଲିଛି। ଏମିତିକି ଭାରତୀୟ ସେନା ବି ଏବେ ଉଦ୍ଧାର କାର୍ଯ୍ୟ ଅପରେସନରେ ସାମିଲ ହୋଇଛି। ନଭେମ୍ବର ୧୨ରେ, ୟମୁନୋତ୍ରୀ ଜାତୀୟ ରାଜପଥରେ ନିର୍ମିତ ଶିଲ୍କ୍ୟାର ଟନେଲର ଏକ ଅଂଶ ଭୁଶୁଡି ପଡିଥିଲା। ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କାର୍ଯ୍ୟ ଚାଲିଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସିଏମ ପୁଷ୍କର ସିଂ ଧାମିଙ୍କ ସହ ଉଦ୍ଧାର କାର୍ଯ୍ୟ ଉପରେ ତଦାରଖ କରୁଛନ୍ତି। ବର୍ତ୍ତମାନ, ୪୦ ପ୍ରତିଶକ ଭୂଲମ୍ବ ଖନନ କାର୍ଯ୍ୟ ସମାପ୍ତ ହୋଇଛି। ସୂଚନା ଅନୁସାରେ ଶିଲ୍କ୍ୟାରା ଟନେଲ୍ ଉଦ୍ଧାର କାର୍ଯ୍ୟରେ ରାଟ୍ ମାଇନିଂ କୌଶଳ ବ୍ୟବହୃତ ହେଉଛି । ଟନେଲରେ ଥିବା ଆବର୍ଜନା ତଥା ପଥର ଗୁଣ୍ଡକୁ  ହାତରେ ସଫା କରାଯାଉଛି। ଯଦି ବି କୌଣସି ବାଧା ବା ପ୍ରତିବନ୍ଧକ ଦେଖାଯାଏ, ତେବେ ଏହାକୁ ବି ମେସିନ୍ ଦ୍ୱାରା କାଟି ଦିଆଯିବ ଏବଂ ତା’ପରେ ମେସିନ୍ ଭିତରେ ପାଇପ୍ ଭର୍ତ୍ତି କରାଯିବ । ଶେଷ ୧୦ ରୁ ୧୨ ମିଟର ଟନେଲରେ ଥିବା ପଥର ଖଣ୍ଡକୁ ହାତ ସାହାଯ୍ୟରେ ସଫା କରାଯାଉଛି । ଶ୍ରମିକମାନଙ୍କୁ ପାଇପ୍ ମାଧ୍ୟମରେ ରନ୍ଧା ଓ ଶୁଖିଲା ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଛି। ଆଣ୍ଟି ଡିପ୍ରେସନ ଡୋଜ ମଧ୍ୟ ଶ୍ରମିକମାନଙ୍କୁ ଦିଆଯାଉଛି ଯାହା ଦ୍ୱାରା ସେମାନେ ଅବସାଦରେ ଯେମିତି ନରୁହନ୍ତି।ସେପଟେ ସମସ୍ତ ପ୍ରସ୍ତୁତି ଶେଷ ସରିଛି। ଭର୍ଟିକାଲ ଡ୍ରିଲିଂ ର କାମ ଶେଷ ହେବା ପରେ ଉଦ୍ଧାର ୪୧ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ। ସୁଡଙ୍ଗ ବାହାରେ ଆମ୍ବୁଲାନ୍ସ ସହ ମେଡିକାଲ ଟିମ୍ ଉପସ୍ଥିତ ରହିଛି। ଟନେଲରୁ ବାହାରକୁ ଆସିବା ମାତ୍ରେ ତୁରନ୍ତ ଶ୍ରମିକ ମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବ। ୪୧ ଜୀବନ ବଞ୍ଚାଇବାକୁ ପୂରା ଦେଶରେ ପ୍ରାର୍ଥନା କରାଯାଉଛି।  ଦେବ ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦୀପ ଜଳାଇ ବିଶେଷ ପ୍ରାର୍ଥନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୫ ଦିନ ହେଲାଣି ଶ୍ରମିକ ମାନେ ଯେପରି ସୁରକ୍ଷିତ ଭାବେ ଉଦ୍ଧାର ହେବେ ସେନେଇ Koti Deepothsavam ରେ ପ୍ରାର୍ଥନା କରିଛନ୍ତି।

Show More

Related Articles

Back to top button