Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ବାରିପଦା ପିଏଚ ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢାଉ

ଆଜିକାଲି ଦୁର୍ନୀତିର ମାମଲା ବଢିବାରେ ଲାଗିଛି । କିଏ ବ୍ରାଉନ ସୁଗର କାରବାର କରୁଛି ତ କିଏ ଭୁଲ କାମ କରି ଭିଜିଲାନ୍ସ ହାତରେ ଧରା ପଡୁଛି । ଏପରି ମାମଲା ବାରିପଦାରୁ ସାମ୍ନାକୁ ଆସିଛି । ବାରିପଦା ପିଏଚ ଡିଭିଜନର ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକାଥରକରେ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ, ବାରିପଦା ପିଏଚ ଡିଭିଜନ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢାଉ ହୋଇଛି । ତେବେ ବାଣେଶ୍ୱରଙ୍କ ୫ଟି ଠିକଣା ସ୍ଥାନରେ ଏକା ସାଙ୍ଗରେ ଚଢାଉ ଚାଲୁ ରଖିଛି ଭିଜିଲାନ୍ସ। ଏହି ଚଢାଉରେ ୨ଜଣ ଏସପି, ୩ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ।

Show More

Related Articles

Back to top button