Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆଜିଠାରୁ ସମୂହ ଛୁଟିରେ ଯିବେ ବୋଲି ଆନ୍ଦୋଳନ କରି ଧମକ ଦେଲେ ପ୍ରାଥମିକ ଶିକ୍ଷକ

ତୀବ୍ର ହେବାରେ ଲାଗିଛି ଏକ ଲକ୍ଷ ତିରିଶ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ । ଗତ ଶୁକ୍ରବାର ଠାରୁ ମିଳିତ ଭାବେ ଆନ୍ଦୋଳନ ଚଲାଇଛନ୍ତି ପ୍ରାଥମିକ ଶିକ୍ଷକ ଗୋଷ୍ଠି । ଏହି ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡିବା ସହ ପିଲାଙ୍କ ପାଠପଢାରେ ମଧ୍ୟ ବାଧାସୃଷ୍ଟି ହେଉଛି । ବର୍ତ୍ତମାନ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜିଠାରୁ ସମସ୍ତ ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।


ସୂଚନା ଅନୁସାରେ, ପ୍ରାଥମିକ ଶିକ୍ଷକ ସଂଘ ତିନି ଦଫା ଦାବି ନେଇ ଆନ୍ଦୋଳନକୁ ଜାରି ରଖିଛନ୍ତି । ଦାବି ଗୁଡିକ ଯଥା କ୍ରମେ ଗ୍ରେଡ ପେ ବୃଦ୍ଧି, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସହ ଠିକା ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ନେଇ ଏହି ଆନ୍ଦୋଳନ ଚଳାଇଛନ୍ତି । ତେବେ ଏହି ଦାବି ସମ୍ପର୍କରେ ୫ ଜଣିଆ ସବ କମିଟି ଗଠନ କରାଯାଇଛି । କିନ୍ତୁ ଏହି ଆଲୋଚନା ଏକ ପ୍ରକାର ବିଫଳ ହେବା ପରେ, ପୁଣି ଷ୍ଟିୟରିଂ କମିଟି ବୈଠକ ଏନେଇ ନିଷ୍ପତି ନେଇଛି । କମିଟିର କହିବା ଅନୁଯାଇ, “ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିବା ଦ୍ୱାରା ଅନେକ ପିଲାଙ୍କ ପାଠପଢା ପ୍ରଭାବିତ ହେଉଛି । କିନ୍ତୁ ପିଲାଙ୍କ ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ।” ଆଉ ଯଦି ଏହି ଦାବିକୁ ଦୃଷ୍ଟିରେ ରଖି ଯଦି ସରକାର କିଛି ସଠିକ ନିଷ୍ପତି ନେବେ ନାହିଁ । ତେବେ ପ୍ରାଥମିକ ସ୍କୁଲର ଶିକ୍ଷକମାନେ ସମୂହ ଛୁଟିରେ ଯିବେ ।

Show More

Related Articles

Back to top button