Breaking PLUSରାଜନୀତି

ବଢିଲା ମହୁଆଙ୍କ ଅଡ଼ୁଆ, ତଦନ୍ତ ଆରମ୍ଭ କଲା ସିବିଆଇ

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଏବେ ସିବିଆଇ ଏହି ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତର ଫଳାଫଳ ଆଧାରରେ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ କି ନାହିଁ ତାହା ଏଜେନ୍ସି ସ୍ଥିର କରିବ। ପ୍ରାଥମିକ ତଦନ୍ତରେ ସିବିଆଇ କୌଣସି ଅଭିଯୁକ୍ତଙ୍କୁ ଗିରଫ କିମ୍ବା ତଲାସି କରିପାରିବ ନାହିଁ, କିନ୍ତୁ ତଥ୍ୟ ମାଗିପାରିବ, ଦସ୍ତାବିଜ ଯାଞ୍ଚ କରିପାରିବ ଏବଂ ତୃଣମୂଳ ସାଂସଦଙ୍କୁ ପଚରାଉଚରା ମଧ୍ୟ କରିପାରିବ। ଲୋକପାଳଙ୍କ ନିର୍ଦ୍ଦେଶ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବାରୁ ଦୁର୍ନୀତି ନିବାରଣ ସଂସ୍ଥାକୁ ରିପୋର୍ଟ ପ୍ରଦାନ କରାଯିବ। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟଙ୍କ ଓକିଲ ଜୟ ଅନନ୍ତ ଡେରାଡୁନାଇଙ୍କ ଏକ ଚିଠିକୁ ଉଦାହରଣ ଦେଇ ଟିଏମସି ସାଂସଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ଲୋକପାଳଙ୍କ ନିକଟରେ ତଦନ୍ତ ଦାବି କରିଥିଲେ। ସେ ଦାବି କରିଥିଲେ ଯେ ଟିଏମସି ସାଂସଦ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିଲେ। ପରେ ଲୋକସଭାର ଏଥିକ୍ସ କମିଟି ମଧ୍ୟ ଏ ସଂପର୍କରେ ତଦନ୍ତ କରି ନିଜର ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିସାରିଛି ।

Show More

Related Articles

Back to top button