Breaking PLUSଓଡ଼ିଶାଦେଶ

ପ୍ରଥମ ଥର ଓଡ଼ିଶାରେ ପ୍ରତିଷ୍ଠା ହେବ ଏଭିଏସନ ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍

ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ରାଜ୍ୟର ବିମାନ ସେବାକୁ ଆଗକୁ ନେବାକୁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି । ରାଜ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ଝାରସୁଗୁଡ଼ା, କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍କେଲା, ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ତେବେ ଆଗାମୀ ଦିନରେ ରାଜ୍ୟରେ ଆଉ ଦୁଇଟି ବିମାନବନ୍ଦର କାର୍ଯ୍ୟକ୍ଷମ କରାଇବା ନେଇ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଦିନକୁ ଦିନ ଆନ୍ତଃରାଜ୍ୟ, ବିଦେଶ ଯାତ୍ରୀଙ୍କ ସଂଖ୍ୟାରେ ଅଭିବୃଦ୍ଧି ଘଟୁଥିବା ବେଳେ ବିମାନବନ୍ଦରରେ ବିମାନ ସଂଖ୍ୟା ମଧ୍ୟ ବଢ଼ୁଛି । ତେଣୁ ଏପରି ସ୍ଥିତିରେ ସୁରକ୍ଷା ଦିଗକୁ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ତେଣୁ ଅଂଶୀଦାରମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭିଏସନ ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଏହି ଇନଷ୍ଟିଚ୍ଯୁଟ ପ୍ରତିଷ୍ଠା ହେଲେ ସେଠାରେ ବିମାନ ଚାଳନା ସହ ପ୍ରତ୍ୟେକ ଅଂଶୀଦାର ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାଫଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ସେମାନେ ବିମାନବନ୍ଦରରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ତା’ର ସଫଳ ମୁକାବିଲା କରିପାରିବେ । ତେବେ ଏନେଇ ଢେଙ୍କାନାଳର ବାରସାଇ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ଏରୋସ୍ପେଶ ଏକାଡେମୀ ନାମରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ । ସେଠାରେ ଏକସଙ୍ଗେ ୫୦୦ ପାଇଲଟ୍ ଓ ଅନ୍ୟ କର୍ମଚାରୀଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦିଆଯିବ । ସେଥିପାଇଁ ରାଜ୍ୟ ସରକାର ୨୭୫ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ଭାରତ ସରକାରଙ୍କ ବ୍ୟୁରୋ-ଅଫ୍-ସିଭିଲ୍ ଏଭିଏସନ୍ ଆଣ୍ଡ ସିକ୍ୟୁରିଟିଜ୍ (ବିସିଏଏସ) ବୈଷୟିକ ସହାୟତା ଯୋଗାଇବ ।

Show More

Related Articles

Back to top button