Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ପାରିବାରିକ ଚାପ ପାଇଁ ନଦୀରେ ଝିଅ ସହ ଡେଇଁ ପଡିଲା ବାପା

ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ଏପର୍ଯ୍ୟନ୍ତ ବାପଝିଅଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁ ଉପରେ। ଅଗ୍ନିଶମ ବାହିନୀ ବାପଝିଅକୁ ଖୋଜାଖୋଜି କରୁଛନ୍ତି ହେଲେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖିବା ପରେ ବାପଝିଅ ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ ଖୋଜି ଖୋଜି କରିଥିଲେ, ହେଲେ ପାଇ ନଥିଲେ। ଅନ୍ଧାର ପାଇଁ ନଦୀ ଭିତରେ ଖୋଜା ଖୋଜି  ହୋଇ ପାରିନଥିଲା। ତେବେ ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। ସୂଚନା ଅନୁସାରେ ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତେବେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ ତାର କାରଣ ସ୍ପଷ୍ଟ ହୋଇ ନାହିଁ। ପାରିବାରିକ କଳହ ପାଇଁ ଏପରି ଘଟିଥିବା ସନ୍ଦେହ କରାଯାଉଛି।

Show More

Related Articles

Back to top button