Breaking PLUSଅପରାଧଦେଶମୁଖ୍ୟ ଖବର

ମଣିପୁର ବିଶୃଙ୍ଖଳିତ ଅଞ୍ଚଳ ଘୋଷଣା ହେବା ପରେ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଲା AFSPA

ବର୍ତ୍ତମାନ ବିରେନ ସରକାର ମଣିପୁର ରାଜ୍ୟକୁ ଏକ ବିଶୃଙ୍ଖଳିତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ୧୯ ଟି ପୋଲିସ୍ ଷ୍ଟେସନ୍ ବ୍ୟତୀତ ସମଗ୍ର ମଣିପୁରକୁ ଏକ ବିଶୃଙ୍ଖଳିତ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ଅତ୍ୟଧିକ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନିଆଯାଇଛ । ନିକଟରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ବିଶୃଙ୍ଖଳା ଆହୁରି ବୃଦ୍ଧି ପାଇଛି । ଏହାସହ ଲୋକମାନେ ରାଗିକି ଅଛନ୍ତି ଓ ହଜାର ହଜାର ଛାତ୍ର ଏହାକୁ ବିରୋଧ କରୁଛନ୍ତି । ଏକ ଘରୋଇ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ମଣିପୁର ସରକାର ୧ ଅକ୍ଟୋବରରୁ ଉପତ୍ୟକାର ୧୯ଟି ପୋଲିସ୍ ଷ୍ଟେସନ ବ୍ୟତୀତ ରାଜ୍ୟର ପାହାଡ଼ିଆ ଅଞ୍ଚଳରେ AFSPA କୁ ୬ ମାସ ବୃଦ୍ଧି କରିଛନ୍ତି । ଏହି ପୂରା ଘଟଣା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କହିଛି ଯେ ଜୁଲାଇରେ ନିଖୋଜ ହୋଇଯାଇଥିବା ଦୁଇ ଛାତ୍ରଙ୍କ ଜଘନ୍ୟ ହତ୍ୟା ସମଗ୍ର ଦେଶକୁ ଚକିତ କରିଛି । ମଣିପୁର ପ୍ରାୟ ୧୫୦ ଦିନ ଧରି ଜଳୁଛି, ହିଂସା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଅଦ୍ୟାବଧି ରାଜ୍ୟରେ ଅନେକ ଲୋକ ପ୍ରାଣ ହରାଇଛନ୍ତି, ହଜାର ହଜାର ଲୋକ ଭୂମିହୀନ ହୋଇଯାଇଛନ୍ତି, ତଥାପି କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । କେବଳଏତିକି ନୁହେଁ କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛି ଯେ ମଣିପୁର ଜଳୁଛି କିନ୍ତୁ କ୍ଷମତାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି । ମଣିପୁର ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ମଣିପୁରର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ ନୁହଁନ୍ତି । ରାଜ୍ୟରେ ବିରେନ ସରକାରଙ୍କୁ ବରଖାସ୍ତ କରିବାକୁ କଂଗ୍ରେସ ଦାବି କରିଛି ।

Show More

Related Articles

Back to top button