Breaking PLUSସ୍ୱତନ୍ତ୍ର

ଆବିଷ୍କାର ହେଲା ଦେଶର ଅଷ୍ଟମ ମହାଦେଶ

ଦୀର୍ଘ ୩୭୫ ବର୍ଷ ପରେ ଭୂବିଜ୍ଞାନୀମାନେ ଏକ ବଡ଼ ସଫଳତା ଆଣିଛନ୍ତି । ପୃଥିବୀର ‘ଅଷ୍ଟମ ମହାଦେଶ’ର ସନ୍ଧାନ ମିଳିଛି । ଭୂବିଜ୍ଞାନୀ ଓ ଭୂକମ୍ପ ବିଜ୍ଞାନୀଙ୍କର ଏକ ଛୋଟ ଟିମ ଏନେଇ ଏକ ନୂଆ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ସମୁଦ୍ରର ୨ କିଲୋମିଟର ତଳୁ ଏହି ମହାଦେଶକୁ ଠାବ କରାଯାଇଥିବା ବେଳେ ପଥର ଚଟାଣର ତଥ୍ୟକୁ ଉପଯୋଗ କରି ବୈଜ୍ଞାନିକମାନେ ଏହି ସଫଳତା ହାସଲ କରିଛନ୍ତି । ଜର୍ଣ୍ଣାଲ ଟେକ୍ନୋନିକ୍ସରେ ଏହି ରିସର୍ଚ୍ଚ ତଥ୍ୟ ପ୍ରକାଶିତ ହୋଇଥିବା ବେଳେ ବୈଜ୍ଞାନିକମାନେ ଏହି ମହାଦେଶକୁ ‘ଜିଲାଣ୍ଡିଆ’ ନାମରେ ନାମିତ କରିଛନ୍ତି । ଏହି ମହାଦେଶର ଆକାର ପାଖାପାଖି ୧.୮୯ ମିଲିୟନ ବର୍ଗ ମାଇଲ୍ ବା ୪.୯ ମିଲିୟନ ବର୍ଗ କିମି ହୋଇଥିବା ବେଳେ ମାଗାଡାସ୍କାରର ଆକାର ଠାରୁ ପାଖପାଖି ୬ ଗୁଣ ।

ତେବେ ଏହା ସମସ୍ତ ରେକର୍ଡ ଭାଙ୍ଗିବା ସହ ତାହା ବିଶ୍ୱର ସବୁଠାରୁ କ୍ଷୁଦ୍ରତମ, ପତଳା ଓ ଯୁବା ମହାଦେଶ ବୋଲି କୁହାଯାଉଛି । ନୂଆ ମହାଦେଶର ୯୪ ପ୍ରତିଶତ ସ୍ଥାନ ପାଣି ଭିତରେ ରହିଥିବା ବେଳେ ସେଥିରେ ନ୍ୟୁଜିଲାଣ୍ଡ ଭଳି କିଛି ଦ୍ୱୀପ ମଧ୍ୟ ରହିଛି । ଭୂବିଜ୍ଞାନୀଙ୍କ କହିବା ଅନୁଯାଇ ଏହି ମହାଦେଶର ସନ୍ଧାନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ଜିଲାଣ୍ଡିଆ ପାଖାପାଖି ୫୫୦ ନିୟୁତ ବର୍ଷ ତଳେ ଗୋଣ୍ଡୱାନା ଭୂମିର ଅଂଶବିଶେଷ ଥିଲା । ମାତ୍ର ଭୂଗର୍ଭୀୟ ଗତିବିଧି ଫଳରେ ତାହା ପୃଥକ ହୋଇ ସମୁଦ୍ରରେ ମିଶିଯାଇଥିଲା । ତେବେ ଏହା ଗୋଣ୍ଡୱାନାରୁ କିପରି ପୃଥକ ହେଲା ସେନେଇ ଏବେ ବୈଜ୍ଞାନିକମାନେ ଅନୁସମ୍ଧାନ କରୁଛନ୍ତି। ୧୬୪୨ ମସିହାରେ ପ୍ରଥମ ଥର ପାଇଁ ଜିଲାଣ୍ଡିଆ ମହାଦେଶ ବାବଦରେ ସୂଚନା ମିଳିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ୪୦୦ ବର୍ଷ ଧରି ବୈଜ୍ଞାନିକମାନେ ଜିଲାଣ୍ଡିଆ ସମ୍ପର୍କରେ ଜାଣିବା ପାଇଁ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିଥିଲେ । ଏହା ପରେ ଫଳପ୍ରଦ ହେଲେ।

Show More

Related Articles

Back to top button