Breaking PLUSଦେଶ ବିଦେଶ

ପାକିସ୍ତାନକୁ ମୁହଁତୋଡ୍ ଜବାବ ଦେଲା ଭାରତ

ଭାରତୀୟ ସେନାର ଆକ୍ରମଣରେ ପାକ୍‌ ସେନାର ୩ ସୈନ୍ୟ ନିହତ, ୮ ଆହତ

() ପାକିସ୍ତାନକୁ ଭାରତୀୟ ସେନାର କଡା ଜବାବ। ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ହେଉଥିବା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ପାକ୍‌ ସେନାର ୩ ସୈନ୍ୟ ନିହତ ହୋଇଥିବା ବେଳେ ୮ ସୈନ୍ୟ ଆହତ ହୋଇଛନ୍ତି। ଏପରିକି ପାକ୍‌ ସେନାର କେତେକ କ୍ଯାମ୍ପ୍  ଧ୍ଵଂସ ହୋଇଥିବା  ସୂଚନା ମିଳିଛି। ପାକିସ୍ତାନୀ ସେନା ଏଲଓସିର ମେଣ୍ଢର ଅନ୍ତର୍ଗତ ମନକୋଟ ସେକ୍ଟରରେ ସୋମବାର ସକାଳେ ଗୁଳି ଓ ମୋର୍ଟାର ମାଡ଼ କରିଥିଲା। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯିବା ପରେ ପାକିସ୍ତାନ ପଟୁ ଗୁଳିମାଡ଼ ବନ୍ଦ ହୋଇଯାଇଥିଲା। ହେଲେ ପୁଣି ବିଳମ୍ରେବିତ ରାତିରେ ପାକ୍‌ ସେନା ପକ୍ଷରୁ  ଗୁଳିମାଡ଼ ଆରମ୍ଭ ହୋଇ ଯାଇଥିଲା। ଫଳରେ ପାକିସ୍ତାନକୁ ଜାବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା।

Show More

Related Articles

Back to top button