Breaking PLUSଓଡ଼ିଶା

୪ଦିନ ପାଇଁ ସଟଡାଉନ ଗଜପତି

କରୋନା ନିଯନ୍ତ୍ରଣ ପାଇଁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

() କରୋନା ନିଯନ୍ତ୍ରଣ ପାଇଁ  ୪ଦିନ ପାଇଁ ସଟଡାଉନ ହେଲା ଗଜପତି। ଏଥିସହ ପାରଳାଖେମୁଣ୍ଡି ସହର, କାଶୀନଗର ଏନଏସି ସମେତ ବ୍ଲକ ମୁଖ୍ୟାଳୟ, ରାଣିପେଣ୍ଠ, ଝାମି, କେରାଣ୍ଡି ଓ କତଲ କଇଠା ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖରୁ ଅଗଷ୍ଟ ୨ତାରିଖ ଯାଏ ଗଜପତି ସଟଡାଉନ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ଅତ୍ୟାବଶ୍ୟକ ସେବା ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଜରୁରୀକାଳିନ ସ୍ବାସ୍ଥ୍ୟସେବା , ଔଷଧ ଦୋକାନ ଓ ଦୁଗ୍ଧ ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ କେବଳ ଜିଲ୍ଲାର ମୁଖ୍ୟ ରାସ୍ତାରେ ଯିବା ଆସିବା କରିପାରିବ । ଆଜି ଗଜପତିରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଶହ ୪୫ରେ ପହଞ୍ଚିଛି । ଜିଲ୍ଲାରେ  ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭୦ଜଣ ସୁସ୍ତ ହୋଇଛନ୍ତି ଏବଂ ଏବେ ୪୬୬ଟି ସକ୍ରିୟ ମାମଲା ରହିଛି ।

 

Show More

Related Articles

Back to top button