Breaking PLUSଓଡ଼ିଶା

କ୍ଯାପିଟାଲ ହସ୍ପିଟାଲରେ ଖୋଲିଲା ପ୍ଲାଜମା ବ୍ଯାଙ୍କ

ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କ୍ୟାପିଟାଲ ହସ୍ପିଟାଲରେ ଉଦଘାଟନ ହେଲା ପ୍ଲାଜମା ବ୍ୟାଙ୍କ । ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଏକ ୱେବପୋର୍ଟାଲର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ।  ପୂର୍ବରୁ ଏସସିବି  କୋଭିଡ୍ ହସ୍ପିଟାଲରେ ଖୋଲିଥିଲା ପ୍ଲାଜମା ବ୍ୟାଙ୍କ୍ । ପରବର୍ତ୍ତୀ ସମୟରେ ରାଉରକେଲା, ବ୍ରହ୍ମପୁର, ବୁର୍ଲାରେ ପ୍ଲାଜମା ବ୍ଯାଙ୍କ ଖୋଲିବା ପାଇଁ ଉଦେଶ୍ଯ ରଖିଛନ୍ତି ରାଜ୍ଯ ସରକାର। କରୋନା ଭୂତାଣୁ ସଂକ୍ରମଣ ବଢୁଥିବା ବେଳେ ନୂଆ ଆଶାସଂଚାର କରିଛି ପ୍ଲାଜମା ଥେରାପି। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ ନିଜର ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛନ୍ତି ।

Show More

Related Articles

Back to top button