Breaking PLUSଓଡ଼ିଶା

କରୋନା ଆକ୍ରାନ୍ତରେ ରାଜ୍ଯରେ ପୁଣି ୭ ଜଣଙ୍କ ମୃତ୍ୟୁ

ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି

() ଚିନ୍ତା ବଢାଉଛି କରୋନା. ଆଜି କରୋନା ଆକ୍ରାନ୍ତରେ ରାଜ୍ଯରେ ପୁଣି ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ୭ଜଣଙ୍କ ମଧ୍ୟରୁ ଭୁବନେଶ୍ବରର ଜଣେ ୫ ବର୍ଷୀୟ ଶିଶୁପୁତ୍ରର ରହିଛି । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଛି।ତେବେ ଆଜି ସମସ୍ତ କରୋନା ମୃତକ ପୁରୁଷ ଅଟନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଗଞ୍ଜାମରେ କେବଳ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ା ଜିଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Show More

Related Articles

Back to top button