ଦେଶ ବିଦେଶ

ବଢୁଛି ମହାମାରୀ କୋରୋନା; ୧୫ ଲକ୍ଷ ଛୁଇଁବ ଗ୍ରାଫ୍

ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୪୭,୭୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୩, ୧୫୬ରେ ପହଞ୍ଚିଛି।

ନୂଆଦିଲ୍ଲୀ: ଥମିବାରେ ନାଁ ନେଉନି ମହାମାରୀ କୋରୋନା। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୪୭,୭୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୩, ୧୫୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪,୯୬,୯୮୮ ଓ ସୁସ୍ଥ ହୋଇଛନ୍ତି ୯,୫୨,୭୪୩ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୫୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ଗତକାଲି ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମ୍‌ ରହିଛି। ଗତକାଲି ଦେଶରେ ସର୍ବାଧିକ ୪୯,୯୩୧ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦୫ଜଣଙ୍କର ମୃତ୍ୟୁ ଘଟିଥିଲା। ଏକ ସର୍ଭେରୁ ଜଣାପଡ଼ିଛି ଯେ, ସମଗ୍ର ପୃଥିବୀରେ କୋରୋନା ଭାଇରସ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଗତ ଏକ ସପ୍ତାହ ଧରି ଦେଶରେ ୪୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ସେହିପରି ଆମେରିକାରେ ପ୍ରତିଦିନ ୫୦ରୁ ୫୫ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

 

Show More

Related Articles

Back to top button