ସଂସଦ

ନୂଆ ବିଲ୍ ଦ୍ୱାରା ଜମ୍ମୁ କାଶ୍ମୀରରେ ହେବ ଅନେକ ପରିବର୍ତ୍ତନ

ଲୋକସଭାରେ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍, ୨୦୨୩ ପାସ୍ ହୋଇଛି । ସଂସଦର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ ଉପରେ ନିଜର ମତ ଉପସ୍ଥାପନ କରିଥିଲେ । ବୁଧବାର ଦିନ ସେ କହିଛନ୍ତି, ମହାରାଜା ହରି ସିଂ ଜମ୍ମୁ କାଶ୍ମୀରରେ ମିଶ୍ରଣ ନିଷ୍ପତ୍ତି ନେଇଛନ୍ତି । ଏହା ପରେ ଏଠାରେ ଅନେକ ପରିବର୍ତ୍ତନ ଘଟିଲା । ବିସ୍ଥାପିତଙ୍କ ବିଷୟରେ କେହି ଧ୍ୟାନ ଦେଇନାହାଁନ୍ତି । ଜମ୍ମୁ କାଶ୍ମୀର ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଥିବା ଲୋକମାନେ ଇଂଲଣ୍ଡରେ ଛୁଟି କାଟୁଥିଲେ । ଯଦି ଠିକ୍ ସମୟରେ କଠୋର ନିଷ୍ପତ୍ତି ନିଆଯାଇଥାନ୍ତା, ତେବେ ଅବସ୍ଥା ବିଗିଡି ନଥାନ୍ତା । ଏହି ନୂତନ ବିଲ୍ ସେହି ବିସ୍ଥାପିତ ଲୋକଙ୍କୁ ଅଧିକାର ଦେବ । ୨୦୧୯ ରେ, ମୋଦି ସରକାର ଜାମ୍ମୁ କାଶ୍ମୀର ପୁନର୍ଗଠନ ୨୦୧୯ ନାମକ ଏକ ବିଲ୍ ଆଣିଥିଲେ । ଏହାର କାର୍ଯ୍ୟକାରିତା ପରେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା-୩୭୦ ୫ ଅଗଷ୍ଟ ୨୦୧୯ ରେ ରଦ୍ଦ କରାଯାଇଥିଲା । ଏହିପରି ଭାବରେ ଉଭୟ ଜମ୍ମୁ କାଶ୍ମୀର ଓ ଲଦ୍ଦାଖ ଅଲଗା ହୋଇ ୟୁନିଅନ୍ ଅଞ୍ଚଳ ହୋଇଗଲେ । ବର୍ତ୍ତମାନ ଏଥିରେ ଅଧିକ ସଂଶୋଧନ କରାଯାଉଛି । ଯେଉଁଥିରେ ଜମ୍ମୁ କାଶ୍ମୀରରେ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ପାଇବ । ଯଦି ଜମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୩ ଆଇନର ରୂପ ନେଇଥାଏ, ତେବେ ଜମ୍ମୁ କାଶ୍ମୀରରେ ବିଧାନସଭା ଆସନ ସଂଖ୍ୟା ୧୧୨ କୁ ବୃଦ୍ଧି ପାଇବ । ଏଭଳିକି ଅମିତ ଶାହା କହିଛନ୍ତି ଯେ କାଶ୍ମୀରରେ ବିସ୍ଥାପିତ ଲୋକଙ୍କ ପାଇଁ ଦୁଇଟି ସିଟ୍ ସଂରକ୍ଷିତ ରହିବ । ଗୋଟିଏ ସିଟ୍ POK ରୁ ବିସ୍ଥାପିତ ବ୍ୟକ୍ତିଙ୍କୁ ଦିଆଯିବ । କାଶ୍ମୀରରେ ପ୍ରବାସୀମାନଙ୍କୁ ଦିଆଯାଇଥିବା ଦୁଇଟି ଆସନ ମଧ୍ୟରୁ ଜଣେ ମହିଳା ବାଧ୍ୟତାମୂଳକ ଭାବେ ଅନ୍ତର୍ଭୁକ୍ତ ହେବେ । ଏହିପରି ଜଣେ ମହିଳାଙ୍କ ପାଇଁ ଗୋଟିଏ ସିଟ୍ ସଂରକ୍ଷିତ କରାଯାଇଛି । ଖବର ଅନୁସାରେ ଏହି ସଂଶୋଧନ ବିଲ୍ ଜମ୍ମୁ କାଶ୍ମୀରର ସାମାଜିକ ତଥା ଅର୍ଥନୈତିକ ପଛୁଆ ଲୋକଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ପ୍ରଦାନ କରିବ । ଏହା ସହିତ, ଏହିପରି ପଛୁଆ ଛାତ୍ରମାନେ କଲେଜ ଓ ବିଶ୍ୱବିଦ୍ୟାଳୟରେ ସଂରକ୍ଷଣ ପାଇବେ । ଯେଉଁମାନେ LOC ଏବଂ ଆନ୍ତର୍ଜାତୀୟ ସୀମା ନିକଟ ଗ୍ରାମରେ ବାସ କରନ୍ତି ସେମାନଙ୍କୁ ସରକାର ପଛୁଆ ବୋଲି ଘୋଷଣା କରିସାରିଛନ୍ତି । ସେମାନେ ଏହି ସଂଶୋଧନ ବିଲ୍ ର ଲାଭ ଉଠାଇବାକୁ ସକ୍ଷମ ହେବେ । ଏହି ବିଲ୍ ମାଧ୍ୟମରେ ସେମାନଙ୍କର ପଛୁଆବର୍ଗ ହଟାଇବାକୁ ଉଦ୍ୟମ କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍, ୨୦୨୩ ଓ ଦ୍ୱିତୀୟ – ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୩ କୁ ଲୋକସଭାରେ ଉପସ୍ଥାପନ କରିଥିଲେ । ବୁଧବାର ସେ ଗୃହରେ ଏହି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଆସନ୍ତୁ ସରଳ ଭାଷାରେ ବୁଝିିବା ଯଦି ଏହି ବିଲ୍ ଆଇନର ରୂପ ନେଇଥାଏ, ତେବେ ଜମ୍ମୁ କାଶ୍ମୀରରେ କ’ଣ ସବୁ ପରିବର୍ତ୍ତନ ହେବ ।

Show More

Related Articles

Back to top button