Breaking PLUSଓଡ଼ିଶାସଂସଦ

୨୧ରୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ

ବିଧାନସଭାର ଶୀତ ଅଧିବେଶନ ଚଳିତମାସ ୨୧ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନରେ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଶନିବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସୂଚନା ଅନୁସାରେ, ବିଧାନ ସଭାର ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି । ଏଥିରେ ୨୪ଟି ସରକାରୀ କାର୍ଯ୍ୟଦିବସ ଓ ୬ଟି ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଉଦ୍ଦିଷ୍ଟ ଅଛି। ଆସନ୍ତାବର୍ଷ ମାର୍ଚ୍ଚ-ଏପ୍ରିଲରେ ସାଧାରଣ ନିର୍ବାଚନ ଥିବାରୁ ଏହି ଶୀତ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ । ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇ ଅକ୍ଟୋବର ୩ତାରିଖରେ ଶେଷ ହୋଇଥିଲା । ତେବେ ନିର୍ବାଚନ ଥିବାରୁ ଶୀତ ଅଧିବେଶନରେ ୩୦ଦିନ ଗୃହ ଚାଲିବାର ସମ୍ଭାବନା କ୍ଷୀଣ ରହିଛି ।ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ବିଧାନସଭା ଅତିକମରେ ୬୦ଦିନ ବସିବାର ପ୍ରାବଧାନ ରହିଛି । ଏହି ପ୍ରାବଧାନକୁ ପୂରଣ କରିବାକୁ ୩୦ଦିନିଆ ଶୀତ ଅଧିବେଶନର କାର୍ଯ୍ୟସୂଚୀ ଜାରି ହୋଇଛି । ମାତ୍ର ରାଜନୀତିକ ଦଳଗୁଡ଼ିକ ନିର୍ବାଚନୀ ମୁହାଁ ହୋଇସାରିଥିବାରୁ ଶୀତ ଅଧିବେଶନରେ ଗୃହ କାର୍ଯ୍ୟ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁରୂପ ହୋଇନପାରେ ବୋଲି ଚର୍ଚ୍ଚା ।

Show More

Related Articles

Back to top button