ଓଡ଼ିଶା

ନାଗରିକ ପଞ୍ଜିକୃତ ବିଲକୁ ମୁସଲିମ ଜମାତ ପକ୍ଷରୁ ବିରୋଧ

ଭଦ୍ରକ,(ଉ.ପ୍ର.ନ୍ୟୁଜ୍‍ସର୍ଭିସ୍‍):ଲୋକସଭା ତଥା ରାଜ୍ୟସଭାରେ ନାଗରିକ ପଂଜିକୃତ ବିଲ୍‍ ପ୍ରସ୍ତୁତ ହୋଇସାରିଥିବା ବେଳେ ଦେଶରେ ଅନେକ ମୁସଲମାନ ବହୁଳ ଅଞ୍ଚଳରେ ପ୍ରତିକ୍ରିୟା ଦେଖା ଦେଇଥିବାବେଳେ ଏଥିରୁ ବାଦ ପଡିନାହିଁ ଭଦ୍ରକ। ସମ୍ବିଧାନ ପ୍ରସ୍ତାବନାର ଖୋଲା ଉଲଘଂନ କରିବା ସହ କେବଳ ଦେଶର ମୁସଲମାନ ସମ୍ପ୍ରଦାୟକୁ ପ୍ରତାରଣା ଓ ବିତାଡିତ କରିବାର ଉଦ୍ଦ୍ୟେଶ ରଖି ଉକ୍ତ ସିଏବି ବିଲଟିକୁ ପ୍ରସ୍ତୁତ କରାଯାଇଥିବା ଦର୍ଶାଇ ଭଦ୍ରକ ୧୪ ମହଲା ମୁସଲିମ୍‍ ଜମାତ୍‍ ପକ୍ଷରୁ ସଭାପତି ହାଜି ମହମ୍ମଦ ଅବଦୁଲ୍‍ ବାରୀ, ସେକ୍‍ ଏନାମ୍‍ ମହମ୍ମଦ, ଅବଦୁଲ ମୋକିତ ଖାଁ ଓ ସେକ୍‍ ସିରିଜୁଦ୍ଦିନ୍‍ ସ୍ଥାନୀୟ ମଲ୍ଲିକ ମଇଦାନଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଛି। ଏହି ସଭାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇ ହାତରେ କଳା ବ୍ୟାଚ ପିନ୍ଧି ଧାରଣାରେ ବସିଛନ୍ତି। ଦେଶର ସମ୍ବିଧାନ ଓ ଧର୍ମନିରପେକ୍ଷତାକୁ ବଞ୍ଚାଇ ରଖିବାପାଇଁ ବିଜେଡି ଏହାକୁ ବିରୋଧ କରିବା ଓ ରାଷ୍ଟ୍ରପତିଙ୍କ ମୋହର ଲାଗିବାରେ ଦେଶ ପାଇଁ ଭାଇଚାରା ପ୍ରତି ବିପଦ ଦର୍ଶାଇ ଏହାକୁ ଆହୁରି ବିଚାରକୁ ନେବାକୁ ଅନୁରୋଧ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁସଲିମ ଜମାତ୍‍ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରେରଣ କରାଯାଇଛି।

Show More

Related Articles

Back to top button