ଓଡ଼ିଶା

ବି.ଜେ.ପି ସାଂଗଠନିକ ନିର୍ବାଚନ : ପାଞ୍ଚ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା

ଭଦ୍ରକ,(ଉ.ପ୍ର.ନ୍ୟୁଜ୍‍ସର୍ଭିସ୍‍):ଭାରତୀୟ ଜନତା ପାର୍ଟି, ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଭଦ୍ରକ ଜିଲ୍ଲା ନିର୍ବାଚନ ପ୍ରଭାରୀ ବିରଞ୍ଚି ତ୍ରିପାଠୀ, ବିଧାନସଭାର ବିରୋଧିଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ, ଭଦ୍ରକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ମାଧବାନନ୍ଦ ମଲ୍ଲିକ, ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ନେତା ଡା. ପ୍ରଦୀପ ନାୟକଙ୍କ ଉପସ୍ଥିତିରେ ରାଜ୍ୟର ସାଧାରଣ ସଂପାଦକ ପୃଥିରାଜ ହରିଚନ୍ଦନ ବକ୍ତବ୍ୟରେ ଆଗାମୀ ଦିନରେ ତୃଣମୂଳସ୍ତରରେ ବିଜେପିର ସାଂଗଠନିକ ସୃଦଢ କରିବା ସହିତ ଭାରତବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚଇବା ସହିତ ଭଦ୍ରକ ନିର୍ବାଚନମଣ୍ଡଳୀର ନେତା ଡା ପ୍ରଦୀପ ନାୟକଙ୍କ ହାତମୁଠାକୁ ଟାଣ କରିବାକୁ ମଣ୍ଡଳର ସଭାପତିଙ୍କୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଜେପିର ରାଜ୍ୟ ସାଧାରଣ ସଂପାଦକ ତଥା ଟାଣୁଆ ଯୁବନେତା ଭଦ୍ରକ ବିଧାନସଭା ମଣ୍ଡଳୀର ୫ଜଣ ମଣ୍ଡଳ ସଭାପତି ଯଥା ଦେବରକୁଣ୍ଡ ମଣ୍ଡଳ ଜୋନ ନଂ ୨୫, ପ୍ରଭାକର ସାମଲ, ମା’ ସାତଭଉଣୀ ମଣ୍ଡଳ, ଜୋନ ନଂ ୨୬, ଆଦିକନ୍ଦ ନାୟକ, ମା ଦାଣ୍ଡବାସୁଳୀ ମଣ୍ଡଳ, ଜୋନ ନଂ ୨୭, ଉତ୍ତମ କୁମାର ପାତ୍ର, ମା’ ଭଦ୍ରକାଳୀ ମଣ୍ଡଳ, ଜୋନ ନଂ ୨୮, ନାରାୟଣ ସେନାପତି, ନଗର ସଭାପତି ଗୋପାଳ ସାହୁଙ୍କୁ ଫୁଲତୋଡା ଓ ଉତ୍ତରିୟ ଦେଇ ମଣ୍ଡଳ ସଭାପତିଭାବେ ବିଧିବଦ୍ଧଭାବେ ରାଜ୍ୟ ତରଫରୁ ଘୋଷଣା କରିଥିଲେ। ତାଙ୍କ ବକ୍ତବ୍ୟରେ ମଣ୍ଡଳ ସଭାପତିମାନେ କିପରିଭାବେ ନିଜ ମଣ୍ଡଳରେ କର୍ମୀମାନଙ୍କ ସହିତ ସୁସଂପର୍କ ରଖି କାର୍ଯ୍ୟକରିବା ସହ ବିଜେପିର ସାଂଗଠନିକ ଅଭିବୃଦ୍ଧ ହୋଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ।

Show More

Related Articles

Back to top button