Breaking PLUSଦେଶ ବିଦେଶମୁଖ୍ୟ ଖବର

ତାଇୱାନ ଆଡକୁ ଲଢୁଆ ବିମାନ ଉଡାଇଲା ଚୀନ

ତାଇୱାନ୍‌ ଚତୁଃପାର୍ଶ୍ୱରେ ୧୦୦ରୁ ଅଧିକ ଚୀନ ଲଢୁଆ ବିମାନ ଓ ୯ଟି ନୌସେନା ଯୁଦ୍ଧପୋତ ଦେଖା ଯାଇଥିବା କଥା ଆଜି ରାଜଧାନୀ ତାଇପେଇରେ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ତାଇପେଇ କହିବା ଅନୁଯାଇ, ସେପ୍ଟେମ୍ବର ୧୭ ସକାଳୁ ୧୮ ତାରିଖ ସକାଳ ଭିତରେ ‘ପ୍ରତିରକ୍ଷା ମନ୍ତ୍ରାଳୟ’ ତାଇୱାନ୍‌ ପ୍ରଣାଳୀ ଓ ସେ ଅଞ୍ଚଳରେ ସମୁଦାୟ ୧୦୩ଟି ଚୀନ ଲଢୁଆ ବିମାନ ଚିହ୍ନଟ କରିଛି। ବେଜିଙ୍ଗ୍‌ର ନିରବଚ୍ଛିନ୍ନ ସାମରିକ ଉତ୍ପୀଡ଼ନ ଅନାୟାସରେ ଉତ୍ତେଜନା ସୃଷ୍ଟି କରି ଆଞ୍ଚଳିକ ନିରାପତ୍ତା ପରିସ୍ଥିତି ବିଗାଡ଼ି ଦେବ। ଏଭଳି ଏକତରଫା ଧ୍ବଂସାତ୍ମକ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ଲାଗି ଉକ୍ତ ବିବୃତିରେ ଚୀନ୍‌କୁ କୁହାଯାଇଛି।  ବେଜିଙ୍ଗ୍‌ ତାଇୱାନ୍‌କୁ ନିଜସ୍ୱ ଅଞ୍ଚଳ ବୋଲି ଦାବି କରିବା ସହ ଦିନେ ନା ଦିନ‌େ ନିଜ ଅକ୍ତିଆରକୁ ନେବ ବୋଲି କହି ଆସୁଛି। ପ୍ରୟୋଜନ ହେଲେ ଏଥିପାଇଁ ବଳ ପ୍ରୟୋଗ କରିବାକୁ ବେଜିଙ୍ଗ୍‌ ପଛଘୁଞ୍ଚା ଦେବନାହିଁ ନାହିଁ ବୋଲି ମଧ୍ୟ ସୂଚନା ଦେଇଛି। ଏଥିପାଇଁ କିଛି ବର୍ଷ ହେବ ଚୀନ୍‌ ତାଇୱାନ୍‌ ଉପରେ କୂଟନୈତିକ ଓ ସାମରିକ ଚାପ ପକାଇ ଆସୁଛି। ବୁଧବାର ସକାଳୁ ଗୁରୁବାର ସକାଳ ମଧ୍ୟରେ ତାଇପେଇ ପ୍ରତିରକ୍ଷା ମନ୍ତ୍ରାଳୟ ୬୮ଟି ଚୀନ ଲଢୁଆ ବିମାନ ଓ ୧୦ଟି ଯୁଦ୍ଧପୋତ ଚିହ୍ନଟ କରିଥିବା କଥା କହିଥିଲା।

Show More

Related Articles

Back to top button