Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତକୁ ଆସିବ ଏଲେନ ମସ୍କଙ୍କ ସାଟେଲାଇଟ ଇର୍ଣ୍ଟନେଟ ସେବା

ଏଲୋନ୍ ମସ୍କଙ୍କ  କମ୍ପାନୀ ଷ୍ଟାରଲିଙ୍କ ଭାରତ ସାଟେଲାଇଟ ଇଣ୍ଟରନେଟ୍ ସେବାରେ ପ୍ରବେଶ କରିବାକୁ ଯାଉଛି । ଯାହା ଫଳରେ ଷ୍ଟାରଲିଙ୍କ୍ ଜିଓ ଏବଂ ଏୟାରଟେଲ ଉଭୟଙ୍କ ପାଇଁ ଚିନ୍ତାର କାରଣ ହେଇପାରେ । କାରଣ ସେମାନେ ସାଟେଲାଇଟ ଇଣ୍ଟରନେଟ୍ ଦୌଡ଼ରେ ଅଛନ୍ତି । ଏୟାରଟେଲ ‘ୱାନ ୱେବ’ ସହ  ସହଭାଗିତାରେ ଓ ଜିଓ ଲକ୍ସେମବର୍ଗ କମ୍ପାନୀ ‘SES’ ସହିତ ଉପଗ୍ରହ ସେବା ପାଇଁ ସହଭାଗୀତାରେ କାର୍ଯ୍ୟ କରୁଛନ୍ତି ।ତେବେ ଷ୍ଟାରଲିଙ୍କ ଟପ୍ ସ୍ପିଡ୍ 1.5 ରୁ 2Gbps ହୋଇପାରେ।  ସବୁଠାରୁ ବଡକଥା ହେଲା ଏଥିପାଇଁ ମୋବାଇଲ୍ ଟାୱାର ଆବଶ୍ୟକ ମଧ୍ୟ ପଡ଼ିବ ନାହିଁ ।  ଷ୍ଟାରଲିଙ୍କ ବର୍ତ୍ତମାନ ୪୦ ରୁ ଅଧିକ ଦେଶରେ କାର୍ଯ୍ୟକ୍ଷମ ଅଛି । ତେବେ ଏହି କମ୍ପାନୀ ଭାରତରେ ଖୁବ ଶୀଘ୍ର ଏହାର ସେବା ଯୋଗାଇବାକୁ ଯାଉଛି । ପୂର୍ବରୁ ବିନା ଲାଇସେନ୍ସରେ ସେବା ଆରମ୍ଭ କରିବା ପାଇଁ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ଏଥର ଏଥିପାଇଁ ଆବଶ୍ୟକୀୟ ସମସ୍ତ ସରକାରୀ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଏହି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ।  ‘ଷ୍ଟାରଲିଙ୍କ’ ଏହି ନାମରୁ ହିଁ ଆପଣମାନେ ଜାଣିପାରୁଥିବେ  ଏହା ଏକ ଉପଗ୍ରହ ସେବା । ଏଥିପାଇଁ କୌଣସି ମୋବାଇଲ୍ ଟାୱାରର ଆବଶ୍ୟକତା ରହିବ ନାହିଁ । ଏହା ଦେଶର ଦୁର୍ଗମ ଅଞ୍ଚଳକୁ ସହଜରେ ଇଣ୍ଟରନେଟ୍ ଯୋଗାଇବାରେ ସାହାଯ୍ୟ କରିବ । ଆଉ ଏହାର ସେବାପାଇଁ ଏକ ୱାଇ-ଫାଇ ରାଉଟର, ବିଦ୍ୟୁତ୍ ଯୋଗାଣ, କେବୁଲ୍ ଏବଂ ଏକ ମାଉଣ୍ଟିଂ ଟ୍ରାଇପଡ଼ ଦେଇଥାଏ ।  ଏହି ରାଉଟର ସିଧା ଉପଗ୍ରହ ସହିତ ସଂଯୁକ୍ତ ହୁଏ ।

Show More

Related Articles

Back to top button