Breaking PLUSଦୁର୍ଘଟଣା

ଟ୍ରେନ ସ୍ପୀଡ କାରଣରୁ ଚାଲିଗଲା ୨ ଜୀବନ

ଟ୍ରେନ ସ୍ପୀଡ଼ ଥିବା କାରଣରୁ ଚାଲିଯାଇଛି ୨ ଜୀବନ। ଝାଡ଼ଖଣ୍ଡର ଗୋମୋ ଏବଂ କୋଡରମା ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ ପରସାବାଦ ନିକଟରେ ଘଟିଯାଇଛି ଏଭଳି ଦୁର୍ଘଟଣା ଘଟିଛି। ପ୍ରାୟ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ଟ୍ରେନ୍ ର ଲୋକ ପାଇଲଟ ଓଭରହେଡ ତାର ଭାଙ୍ଗିଯିବାର ଜରୁରୀକାଳୀନ ବ୍ରେକ ଲଗାଇ ଦେଇଥିଲେ। ଫଳରେ ଟ୍ରେନ୍ ରେ ଜବରଦସ୍ତ ଝଟକା ଲାଗିଥିଲା। ଯେଉଁ କାରଣରୁ ୨ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା। ଗତ ଶନିବାର ଏହି ଘଟଣା ଘଟିଥିବାର ଜଣାପଡ଼ିଛି। ଶନିବାର ଝାଡଖଣ୍ଡ କୋଡରମା ଜିଲ୍ଲାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ଟ୍ରେନ୍ ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଭାଙ୍ଗିଯିବା କାରଣରୁ ହଠାତ୍ ଅଟକି ଯାଇଥିଲା। ଘଟଣା ସ୍ଥଳରେ ୨ ଜଣ ଯାତ୍ରୀଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏନେଇ ରେଳବାଇ ଅଧିକାରୀ କହିଛନ୍ତି ଯେ ଶନିବାର ମଧ୍ୟାନ୍ନ ୧୨:୦୫ ସମୟରେ ଗୋମୋ-କୋଡରମା ରେଳ ସେକ୍ସନ ମଧ୍ୟରେ ଅବସ୍ଥିତ ପରସାବାଦ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ​​ଯେତେବେଳେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଲୋକ ପାଇଲଟ ଓଭରହେଡ ବୈଦ୍ୟୁତିକ ତାର ଭାଙ୍ଗିଯିବା ପରେ ଜରୁରୀକାଳୀନ ବ୍ରେକ ଲଗାଇ ଟ୍ରେନ ଅଟକାଇ ଦେଇଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ଧନବାଦ ରେଳ ମଣ୍ଡଳର ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଅମରେଶ କୁମାର କହିଛନ୍ତି ଯେ ହଠାତ୍ ବିଦ୍ୟୁତ ଯୋଗାଣ ବନ୍ଦ ହେବା ମାତ୍ରେ ଟ୍ରେନ ଅଟକାଇବା ପାଇଁ ଜରୁରୀକାଳୀନ ବ୍ରେକ ଲଗାଯାଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ଟ୍ରେନ୍ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିଲା। ଦୁର୍ଘଟଣାସ୍ଥଳରୁ ପୁରୁଷୋତ୍ତମ ଏକ୍ସପ୍ରେସ ଡିଜେଲ ଇଞ୍ଜିନ ସହାୟତାରେ ଗୋମୋ ରେଳଷ୍ଟେସନ ପର୍ଯ୍ୟନ୍ତ ଅଣାଯାଇଥିଲା ଏବଂ ସେଠାରୁ ପରେ ଇଲେକ୍ଟ୍ରିକ୍ ଇଞ୍ଜିନ ଯୋଗେ ଟ୍ରେନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଦୁର୍ଘଟଣା ସମୟରେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ କୋଡରମା-ଗୋମୋ ବିଭାଗରେ ଏହି ଦୁର୍ଘଟଣା ପରେ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା। ପରେ ଧନବାଦ ରେଳ ବିଭାଗ ଅଧିନରେ ଗ୍ରାଣ୍ଡ କୋର୍ଡ ଲାଇନ ସହୟତାରେ ରେଳ ଚଳାଚଳ ପୁଣିଥରେ ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Show More

Related Articles

Back to top button