ଓଡ଼ିଶାମୁଖ୍ୟ ଖବରରାଜନୀତି

ପୁଣି ଦିଗପହଣ୍ଡିରେ ହାଇଡ୍ରାମା: ଗୋଟିଏ ଦଳ ହୋଇ ଦୁଇଟି ଗୋଷ୍ଠିଙ୍କ ମଧ୍ୟରେ ମୁହାଁମୁହିଁ

ପୋଲିସ୍‌ ଉପସ୍ଥିତିରେ ଦିଗପହଣ୍ଡିରେ ଦେଖିବାକୁ ମିଳିଛି ରାଜନୈତିକ ହାଇଡ୍ରାମା। ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବିଜେଡି ହେଲା ଦୁଇ ଫାଳ। ବିଚ୍‌ ରାସ୍ତାକୁ ଓହ୍ଲାଇଲେ ଦୁଇ ଗୋଷ୍ଠୀ । ରାସ୍ତା ଉପରେ ମୁହାଁମୁହିଁ ହେଲେ ବିଜେଡି କର୍ମୀ । ଏପରିକି ଆବଶ୍ୟକ ପଡ଼ିଲେ ଦଳ ଛାଡ଼ି ଦେବାର ଚେତାବନୀ ମଧ୍ୟ ଦେଇଛନ୍ତି ଗୋଟିଏ ଗୋଷ୍ଠୀ ।

ପୂର୍ବ ସୂଚନା ଅନୁଯାୟୀ, ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବ୍ଲକ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେବାକୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ରାଜନୈତିକ ଦଳମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ ଏହାକୁ ବନ୍ଦ କରି ଦିଆଯାଇଛି।
ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ସପକ୍ଷରେ ଥିବା ବେଳେ ଅପର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସପକ୍ଷରେ ରହିଛି। ଦୁଇ ମାସ ଆଗରୁ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଆଜି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଭୋଟ ବାତିଲ କରାଯିବାରୁ ଏହି ଦୁଇ ଦଳ ପରସ୍ପର ଉପରେ ତାତିଛନ୍ତି । କେବଳ ଏତିକି ନୁହେଁ ଏଥିରେ ଉତ୍ତ୍ୟକ୍ତ ହୋଇ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଦୀର୍ଘ ସମୟ ରାସ୍ତାରୋକ ମଧ୍ୟ କରିଥିଲେ।

ଦିଗପହଣ୍ଡି ବ୍ଲକରେ ୨୫ଟି ପଞ୍ଚାୟତ ଅଛି। ଦୀର୍ଘ ଦିନ ହେବ ବିପ୍ଲବ ପାତ୍ର ଓ ବିପିନ ପ୍ରଧାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ସୁଚନା ଅନୁସାରେ ଯେଉଁ ଗୋଷ୍ଠୀକୁ ବ୍ଲକ ଅଧ୍ୟକ୍ଷ ପଦ ମିଳିବ, ଆସନ୍ତା ନିର୍ବାଚନରେ ତାଙ୍କର ଦବଦବା ରହିବ ବୋଲି ଚର୍ଚ୍ଚା ହେଉଛି । ଏପରିକି ବିଧାୟକ ଟିକେଟ ମଧ୍ୟ ସେହି ଗୋଷ୍ଠୀକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ସେମାନେ ବ୍ଲକ ଅଧ୍ୟକ୍ଷ ବ୍ଲକ ହାତେଇବାକୁ ଲାଗି ପଡ଼ିଛନ୍ତି। ବିପିନ ପ୍ରଧାନଙ୍କ ଗୋଷ୍ଠୀରେ ଥିବା ୧୪ ଜଣ ସମିତି ସଭ୍ୟ ତାଙ୍କ ଗାଁ ବୋମୋକାଇରେ ଥିବା ଜଣାପଡ଼ିଛି।

ଦିଗପହଣ୍ଡି ବ୍ଲକରେ ୨ ବର୍ଷ ହେଲାଣି ଗୁଣ୍ଡାରାଜ, ଅରାଜକତା ଚାଲି ରହିଥିବା ବେଳେ ଗୋଟିଏ ମାସ ହେଲା ଫୋନ୍‌ରେ ଧମକଚମକ ଦିଆଯାଉଛି। ଏବେ କାହାକୁ ନ ଜଣାଇ ନିର୍ବାଚନକୁ ବନ୍ଦ କରି ଦିଆଗଲା। ଆମ ଧନଜୀବନକୁ ଆମେ ସୁରକ୍ଷିତ ମଣୁନୁ। ତେଣୁ ତୁରନ୍ତ ପୁଲିସ୍‌ ସହାୟତା ଯୋଗାଇ ଦେବାକୁ ବହୁ ସମିତି ସଭ୍ୟ ଅନୁରୋଧ କରିଛନ୍ତି।

Show More

Related Articles

Back to top button