Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଜମ୍ମୁ କାଶ୍ମୀର ନିର୍ବାଚନକୁ ଆସିଲା ଆଉ ଏକ ତଥ୍ୟ

ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ, ଯେକୌଣସି ସମୟରେ ଜମ୍ମୁ ଓ କଶ୍ମୀର ନିର୍ବାଚନ କରାଯାଇ ପାରିବ। କିନ୍ତୁ ଏହା ନିର୍ବାଚନ କମିସନ୍ ଓ ରାଜ୍ୟ ନିର୍ବାଚନ ପାନେଲ୍‌ ନିର୍ଭର କରେ ।


ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀର ନିର୍ବାଚନ ୩ଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ ଓ ଦ୍ବିତୀୟ ପର୍ଯ୍ୟାୟରେ ପୌର ନିର୍ବାଚନ ,ତୃତୀୟ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ।

ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଚ୍‌ କରି ଆଗତ କେତେଗୁଡ଼ିଏ ପିଟିସନ୍‌ର ଶୁଣାଣି ବେଳେ ସଲିସିଟର୍‌ ଜେନେରାଲ୍‌ ଉପରୋକ୍ତ କଥା କହିଛନ୍ତି।
ଗତ ମଙ୍ଗଳବାର ଦିନ କରିଥିବା ଶୁଣାଣି ଅନୁଯାଇ ସୁପ୍ରିମ୍‌ କୋର୍ଟ ଜମ୍ମୁ ଓ କଶ୍ମୀରକୁ ଗଣତନ୍ତ୍ର ଫେରାଇ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। କାରଣ ସେଠାରେ ୨୦୧୮ ଜୁନ୍‌ରୁ ଅନିର୍ବାଚିତ ସରକାର ଶାସନ କରାଯାଉଛି। ଆଉ ଆଜିର ଶୁଣାଣି ଅନୁଯାଇ ଜମ୍ମୁ ଓ କଶ୍ମୀରକୁ ରାଜ୍ୟପାହ୍ୟା ଫେରସ୍ତ ଦେବା ଉପରେ ନିର୍ଦ୍ଦିଷ୍ଟ ସମୟସୀମା ଦେବାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି।

ସୂଚନା ଅନୁସାରେ, ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରାଯିବା ବେଳେ କେନ୍ଦ୍ର ସରକାର କହିଥିଲେ ଯେ, ଉପଯୁକ୍ତ ସମୟରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ପାହ୍ୟା ଫେରସ୍ତ ମିଳିବ। କିନ୍ତୁ, ଏଥିପାଇଁ କୌଣସି ତାରିଖ ନିର୍ଦ୍ଧାରଣ କରାଯାଇ ନ ଥିଲା। ହେଲେ ଆଜି ସଲିସିଟର୍‌ ଜେନେରାଲ୍‌ଙ୍କ ବକ୍ତବ୍ୟ ଶୁଣି ଲଦାଖର ନେତା ଓ ଆବେଦନକାରୀମାନେ ମଧ୍ୟ ହତାଶା ବ୍ୟକ୍ତ କରିଛନ୍ତି। ଲଦାଖକୁ ରାଜ୍ୟ ପାହ୍ୟା ଫେରାଇ ଦିଆଯାଉ ବୋଲି ଗତ ୨ ବର୍ଷ ହେବ ଦାବି ହୋଇ ଆସୁଛି।

Show More

Related Articles

Back to top button