ଦେଶ ବିଦେଶ

ଚୀନର ସବୁଠାରୁ ଆଧୁନିକ ଯୁଦ୍ଧ ଜାହଜରେ ଲାଗିଲା ନିଆଁ

ଚୀନର ସର୍ବୋତ୍ତମ ଏବଂ ଅତ୍ୟାଧୁନିକ ଲ୍ୟାଣ୍ଡିଂ ଯୁଦ୍ଧ ଜାହାଜରେ ଅଗ୍ନିକାଣ୍ଡ। ଏହି ଜାହାଜ ଚୀନର ଟାଇପ୍ 071 ଲ୍ୟାଣ୍ଡିଂ ଜାହାଜ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି, ସମୁଦ୍ର ମଝିରେ ଯୁଦ୍ଧ ଜାହାଜରୁ ଧୂଆଁ ବାହାରୁଛି। ଏହି ଟାଇପ୍ 071 ଜାହାଜକୁ ନାଟୋରେ ୟୁଜହାଓ (Yuzhao) ବୋଲି କୁହାଯାଏ। ଏହା ଏକ ଦ୍ୱିପାକ୍ଷିକ ପରିବହନ ଡାକ୍ ଜାହାଜ। ଏହାକୁ ଡ୍ରାଗନର ପିପୁଲ୍ସ ଲିବରେସନ୍ ଆର୍ମି ନୌସେନାରେ ଯୁଦ୍ଧ ଜାହାଜ ଭାବରେ ବ୍ୟବହାର କରାଯାଏ। ତେବେ ଏହି ଜାହାଜଟି ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିୟୋଜିତ ହୋଇଛି। ଏହାକୁ ପୂର୍ବାଞ୍ଚଳ ସାମୁଦ୍ରିକ ଜାହାଜରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଜାହାଜର ଓଜନ ୨୫ ହଜାର ଟନ୍ ଥିବା ବେଳେ ଏହାର ଲମ୍ବ ପ୍ରାୟ ୬୯୦ ଫୁଟ ରହିଛି। ଏହି ଜାହାଜରେ ୪ଟି Z-9 ସୁପର ଫ୍ରେଲନ୍ ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇପାରିବ। ଟାଇପ୍ 0୭୧ ରେ ୯ ଟି ଯୁଦ୍ଧ ଜାହାଜ ଅଛି । ଏହା ଘଣ୍ଟା ପ୍ରତି ୪୬ କିଲୋମିଟର ବେଗରେ ପାଣିରେ ଗତି କରିପାରିବ । ଏହାର ରେଞ୍ଜ୍ ୧୯ ହଜାର କିଲୋମିଟର ରହିଛି । ଯଦି ଏହା ଘଣ୍ଟା ପ୍ରତି ୩୩ କିଲୋମିଟର ବେଗରେ ଚାଲେ ତେବେ ଚାରି ପ୍ରକାର ୭୨୬ ୟୁଇ ଶ୍ରେଣୀ LCAC ଲ୍ୟାଣ୍ଡିଂ କ୍ରାପ୍ଟ ନିୟୋଜିତ ହୋଇପାରିବ ।

Show More

Related Articles

Back to top button