Breaking PLUSଓଡ଼ିଶାମୁଖ୍ୟ ଖବର

କେବେଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ ଯୋଜନା ପଢନ୍ତୁ ସମ୍ପବର୍ଣ୍ଣ ଖବର

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ନବୀନ ସରକାର ନେଇଛନ୍ତି ଆଉ ଏକ ବଡ଼ ନିସ୍ପତି। ଏଣିକି ରାଜ୍ୟରେ କେତେକ ଜିଲ୍ଲାରେ ଗଡିବ ‘ଲକ୍ଷ୍ମୀ’ ବସ୍  । ଯାହାକି ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ସାହାର୍ଯ୍ୟ କରିବ।  ଗାଁରୁ ବ୍ଲକ ହେଡ୍‌କ୍ୱାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଲକ୍ଷ୍ମୀ ’ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୨ ତାରିଖରେ ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ଅବସରରେରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଏହି ଯୋଜନା।  ଖାସ୍ କରି ଏହି ଯୋଜନାରେ ରାଜ୍ୟର ଦୁର୍ଗମ ଜିଲ୍ଲା ମାଲକାନଗିରି ମଧ୍ୟ ସାମିଲ ହୋଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୩୬ଟି ବସ୍‌ ଏହି ଯୋଜନାରେ ଚାଲିବା ବୋଲି ଜଣାପଡିଛି। କମ୍ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମଦାୟକ ଯାତ୍ରା କରିପାରିବେ ଯାତ୍ରୀ। କେବଳ ସେତିକି ନୁହେଁ,  ମହିଳା ଯାତ୍ରୀଙ୍କ ପାଇଁ ଟିକେଟରେ ବିଶେଷ ରିହାତି ରହିଛି ବୋଲି କୁହାଯାଉଛି ।

କିନ୍ତୁ ସେ ସବୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ‘ଲକ୍ଷ୍ମୀ ’ ବସ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ  । ଫଳରେ ‘ଲକ୍ଷ୍ମୀ’ ଯୋଜନାରେ ପଞ୍ଚାୟତରୁ ରାଜଧାନୀକୁ ବସ୍ ସେବା ହେବ ସୁନିଶ୍ଚିତ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ। ସେପଟେ ରାଜ୍ୟ ସରକାରଙ୍କ ଏହି ‘ଲକ୍ଷ୍ମୀ’ ବସ୍  ଯୋଜନାକୁ ବିରୋଧ କରିଛି  ଘରୋଇ ବସ୍‍ ମାଲିକ ସଂଘ ।  ଏନେଇ ସଂଘ ଆସନ୍ତା ଅକ୍ଟୋବର ୧୦ରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବ ବୋଲି ଜଣାପଡିଛି।

Show More

Related Articles

Back to top button