ଖେଳ

ଏସୀୟ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ମହିଳା

ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ୨୫ ମିଟର୍‌ ପିସ୍ତଲ୍‌ ଚାଳନା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରୀଡ଼ାବିତ୍‌ମାନେ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ ଚାଳନାରେ ରୌପ୍ୟ ପଦକ ଜିତିଛନ୍ତି। ଏହି ‘ଏସୀୟ କ୍ରୀଡ଼ା’ରେ ମନୁ ଭାକର୍‌, ଈଶା ସିଂହ ଓ ରିଦମ୍‌ ସାଙ୍ଗ୍‌ୱାନ୍‌ ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ‘ମହିଳା ୨୫ ମିଟର୍‌ ପିସ୍ତଲ୍‌ ଟିମ୍‌ ଇଭେଣ୍ଟ୍‌’ରେ ଏହି ୩ ଖେଳାଳି ସାମଗ୍ରିକ ଭାବେ ୧୭୫୯ ସ୍କୋର୍‌ କରିଛନ୍ତି। ୩ଟି ‘ରାପିଡ୍‌ ରାଉଣ୍ଡ୍‌’ରେ ମନୁ ଭାକର୍‌ ୯୯, ୯୯ ଓ ୧.୯୮ ସ୍କୋର୍‌ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଛନ୍ତି। ଏହାପୂର୍ବରୁ ଆଜି ଆଶି ଚୌକ୍ସୀ, ମାନିନୀ କୌଶିକ ଓ ସିଫ୍‌ତ୍‌ କୌର୍‌ ସାମ୍‌ରା ‘ମହିଳା ୫୦ ମିଟର୍‌ ରଇଫଲ୍‌ ୩ ପୋଜିସନ୍‌ ଟିମ୍‌’ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିବା ପରେ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିଲା। ଏହା ପରେ ପିସ୍ତଲ୍‌ ଚାଳନାରେ ଭାରତୀୟ ଖେଳାଳି ସ୍ବର୍ଣ୍ଣପଦକ ହାସଲ କରିବାରୁ ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।

Show More

Related Articles

Back to top button