Breaking PLUSଓଡ଼ିଶାମୁଖ୍ୟ ଖବର

ଏସିଆନ୍ ଗେସ୍ସ ପାଇଁ ଚୟନ ଖେଳାଳୀଙ୍କୁ 10 ଲକ୍ଷ ରାଶି ଘୋଷଣା

ଏସିଆନ ଗେମ୍ସ ପାଇଁ ଚୟନ କରାଯାଇଥିବା ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩ ଜଣ ଖେଳିଳାଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା ହୋଇଛି । ସେମାନଙ୍କର ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ଯାଏ ଏସିଆନ ଗେମ୍ସ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ ଚୟନ ହୋଇଥିବା ୧୩ ଜଣ ଖେଳାଳି ହେଲେ କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ, ମାମା ନାଏକ ।

Show More

Related Articles

Back to top button