ସ୍ୱତନ୍ତ୍ର

ଏଥର ବିନା ବିଜ୍ଞାପନରେ ବ୍ୟବହାର କରିପାରିବେ ଇନଷ୍ଟାଗ୍ରାମ ଓ ଫେସବୁକ

ଆଜି କାଲି ସମସ୍ତେ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି। ତେବେ ସମସ୍ତ ବ୍ୟବହାର କାରୀଙ୍କ ପାଇଁ ଏକ ଖରାପ ଖବର। ମେଟା ସିଇଓ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମ ଏବଂ ଫେସବୁକର ପେଡ୍ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅର୍ଥାତ, ଆଗକୁ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଚଳାଇବାକୁ ହେଲେ ଆପଣଙ୍କୁ ଟଙ୍କା ଦେବାକୁ ପଡିପାରେ।ଆପଣ ଜାଣନ୍ତି ଯେ ପୂର୍ବରୁ ହିଁ ଏକ୍ସ ପ୍ଲାଟଫର୍ମର ଦେୟ ସଂସ୍କରଣ ଏଲୋନ୍ ମସ୍କଙ୍କ ଦ୍ୱାରା ଲଞ୍ଚ କରାଯାଇସାରିଛି। ମାର୍କ ଜୁକରବର୍ଗ ମଧ୍ୟ ଏବେ ସେହି ରାସ୍ତାରେ ପାଦ ଥୋଇବା ଆରମ୍ଭ କରି ଦେଇଛନ୍ତି।

ହେଲେ ବର୍ତ୍ତମାନ ସୁଦ୍ଧା ମେଟା ଦ୍ୱାରା ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ପେଡ୍ ଭର୍ସନ କେବେ ଲଞ୍ଚ ହେବ ସେ ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ନାହିଁ। ଇନଷ୍ଟାଗ୍ରାମ ଏବଂ ଫେସବୁକର ପେଡ୍ ସେବା ପ୍ରଥମେ ୟୁରୋପୀୟ ୟୁନିଅନରେ ଆରମ୍ଭ ହେବ। ଏହା ପରେ ଅନ୍ୟ ଦେଶରେ ଲଞ୍ଚ ହେବ। ତେବେ ପୂର୍ବରୁ ଚାଲୁଥିବା ମାଗଣା ଭର୍ସନ ବି ଆଗ ପରି ଚାଲିବ ବୋଲି ସୂଚନା ରହିଛି। ଉଭୟଙ୍କ ମଧ୍ୟରେ କେବଳ ପାର୍ଥକ୍ୟ ଏତିକି ରହିବ ଯେ ମାଗଣା ସଂସ୍କରଣରେ ବିଜ୍ଞାପନ ଦୃଶ୍ୟମାନ ହେବ। ପେଡ୍‌ ଭର୍ସନରେ କୌଣସି ବିଜ୍ଞାପନ ଦୃଶ୍ୟମାନ ହେବ ନାହିଁ।

ୟୁରୋପୀୟ ୟୁନିଅନର ଅନୁସନ୍ଧାନରୁ ଜଣାପଡିଛି ଯେ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ସେମାନଙ୍କ ବ୍ୟବହାରକାରୀଙ୍କ ତଥ୍ୟର ଅପବ୍ୟବହାର କରୁଛନ୍ତି। ଏଥିପାଇଁ ୟୁରୋପୀୟ ୟୁନିଅନ୍ ଦ୍ୱାରା ମେଟା ପ୍ଲାଟଫର୍ମରେ ଏକ ଦଣ୍ଡବିଧାନ ମଧ୍ୟ କରାଯାଇଛି।

Show More

Related Articles

Back to top button